Latest Odisha News

କଟକରେ ଯୋଡା ଶିଶୁଙ୍କ ଚିକିତ୍ସା କରିବେ ସ୍ୱତନ୍ତ୍ର ଟିମ୍

କଟକ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଯୋଡା ଶିଶୁଙ୍କ ଚିକିତ୍ସା ନିମନ୍ତେ ୭ ଜଣ ଡାକ୍ତରଙ୍କୁ ନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଏନେଇ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ଏହି ଟିମର ଅଧ୍ୟକ୍ଷତା ଡଃ ହିରଣ୍ୟ ମହାନ୍ତି କରୁଥିବା ନେଇ ଶିଶୁ ଭବନର ସୁପରିଟେଣ୍ଟେଣ୍ଟ୍ ସରୋଜ ଶତପଥୀ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତି ଠାରୁ ପେଟ ଯାଏଁ ଯୋଡି ହୋଇଥିବା ଯାଆଁଳା ଶିଶୁ ସୋମବାର ଦିନ ଜନ୍ମ ଗ୍ରହଣ କରିଥିଲେ । ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ଖାଲପାଳ ଗ୍ରାମର ପ୍ରଦୀପ ବେହେରାଙ୍କ ପତ୍ନୀ ରେଣୁବାଳା ଏହି ଦୁଇ ଜମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ଅଧିକ ପଢନ୍ତୁ: ଓଡିଶାରେ ପୁଣି ଜନ୍ମ ନେଲେ ଯୋଡା ଶିଶୁ, ଏଥର ଝିଅ

Leave A Reply

Your email address will not be published.