Latest Odisha News

BREAKING NEWS

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ କରାଯିବ।

ଏହାର ଉଡ଼ାଣ ପାଇଁ ବାୟୁସେନା ଫାଇଟର ପାଇଲଟ୍‌ଙ୍କୁ ଫ୍ରାନ୍ସ୍‌ ଆବଶ୍ୟକ ତାଲିମ୍‌ ପ୍ରଦାନ କରିବ । ପଡୋଶୀ ପାକିସ୍ତାନ ଉପରେ ନଜର ରଖିବା ପାଇଁ  ଅମ୍ବାଲା ଏୟାର ବେସ୍‌ରେ ଏହାକୁ ମୁତୟନ କରାଯିବ ବୋଲି କୁହାଯାଉଛି । ଏହା ସହିତ ଦେଶର ପଶ୍ଚିମ ସୀମା ଉପରେ ମଧ୍ୟ ଏହା ନଜର ରଖିବ ।

Leave A Reply

Your email address will not be published.