ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମନାରୀ ଅନଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ତିନି ତାରିଖରେ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳ ପରିସୀମା ଭିତରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ।
ବ୍ରହ୍ମପୁର, କେନ୍ଦୁଝରଗଡ, ଖରିଆର ରୋଡ୍, ଇଚ୍ଛାପୁରମରୁ ଅପରାହ୍ନ ୪ଟାରେ ଟ୍ରେନ ଛାଡିବ । ସେହିପରି କୋରାପୁଟରୁ ଭୋର ୫ଟାରେ ଟ୍ରେନ ଛାଡିବ । ଅନ୍ୟ ଏକଟ୍ରେନ ଦିନ ଗୋଟାଏରେ ଛାଡିବ । ସେହିଦିନ ଅପରାହ୍ନରେ ସେମାନେ ପରୀକ୍ଷା ଦେଉଥିବା ସହରରେ ପହଞ୍ଚିବ ।
ଚଳାଚଳ କରିବାକୁ ଥିବା ଟ୍ରେନଗୁଡିକ ହେଲା-
-ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ପେଶାଲ
-କେନ୍ଦୁଝରଗଡ-କଟକ ମେମୁ ପରୀକ୍ଷା ସ୍ପେଶାଲ
-ଇଚ୍ଛାପୁରମ୍- ବିଶାଖାପାଟଣା ମେମୁ ପରୀକ୍ଷା ସ୍ପେଶାଲ
-ଖରିଆର ରୋଡ୍- ସମ୍ବଲପୁର ପରୀକ୍ଷା ସ୍ପେଶାଲ
-କୋରାପୁଟ-କଟକ ପରୀକ୍ଷା ସ୍ପେଶାଲ
-କୋରାପୁଟ- ବିଶାଖାପାଟଣା ପରୀକ୍ଷା ସ୍ପେଶାଲ
-ରାଉରକେଲା-କଟକ ଭାୟା ଝାରସୁଗୁଡା ପରୀକ୍ଷା ସ୍ପେଶାଲ
-ବାରିପଦା –କଟକ ପରୀକ୍ଷା ସ୍ପେଶାଲ
-ବିଜୟୱାଡା- ବିଶାଖାପାଟଣା ପରୀକ୍ଷା ସ୍ପେଶାଲ
Comments are closed.