Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଜନସାଧାରଣ ଟ୍ରେନ, ଜାଣନ୍ତୁ କେଉଁ ଠାରୁ କେଉଁଠିକି ଗଡିବ ଏହି ଟ୍ରେନ

କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି l

ଭୁବନେଶ୍ଵର: ରାତି ପାହିଲେ କାର୍ତ୍ତିକ ପୁର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଧର୍ମ ମାସ କାର୍ତ୍ତିକ ମାସ ପାଇଁ ମାସ ସାରା ଜଗନ୍ନାଥ ଧାମରେ ଭକ୍ତଙ୍କ ଗହଳି ଲାଗିଛି । ସେପଟେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ ପୁରୀରେ ଭକ୍ତଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳିଲାଣି । ସେପଟେ ଆସନ୍ତା କାଲି ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏହାକୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ :

୦୮୪୬୩/୦୮୪୬୪ ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଠାରୁ ନଭେମ୍ବର ଆଜି ସନ୍ଧ୍ୟା ୮ଘ.୪୦ମି. ରେ ଛାଡି ପୁରୀ ଠାରେ ରାତ୍ରୀ ୧୧ଘ.୪୫ମି. ରେ ପହଞ୍ଚିବ l ପୁରୀରୁ ଆସନ୍ତାକାଲି ଭୋର ୫ଘ.୩୦ମି.ରେ ଛାଡି ବ୍ରହ୍ମପୁର ଠାରେ ପୂର୍ବାହ୍ନ ୮ଘ.୩୫ମି. ରେ ପହଞ୍ଚିବ l ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l

କଟକ – ପୁରୀ – କଟକ ପାସେଞ୍ଜର ସ୍ପେଶାଲ :

୦୮୪୬୫/୦୮୪୬୬ କଟକ – ପୁରୀ -କଟକ ସ୍ୱତନ୍ତ୍ର ଟ୍ରେନ କଟକ ଠାରୁ ଆଜି ରାତ୍ରୀ ୧୧ଘ.୩୦ମି. ରେ ଛାଡି ପୁରୀ ଠାରେ ରାତ୍ରୀ ୧ଘ.୩୦ମି. ରେ ପହଞ୍ଚିବ l ସେହିପରି ପୁରୀ ଠାରୁ ଆସନ୍ତାକାଲି ପୂର୍ବାହ୍ନ ୯ଘ.୩୦ମି. ରେ ଛାଡି କଟକ ଠାରେ ପୂର୍ବାହ୍ନ ୧୧ଘ.୩୦ମି. ରେ ପହଞ୍ଚିବ l କଟକ ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ l

ପୁରୀ – ବ୍ରହ୍ମପୁର ସ୍ପେଶାଲ :

୦୮୪୮୧ ପୁରୀ – ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଆଜି ସନ୍ଧ୍ୟା ୬ଘ.୩୦ମି. ରେ ଛାଡି ବ୍ରହ୍ମପୁର ଠାରେ ରାତ୍ରୀ ୯ଘ.୩୯ମି. ରେ ପହଞ୍ଚିବ l  ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l

Leave A Reply

Your email address will not be published.