Latest Odisha News

BREAKING NEWS

ପୁରୀ-ଗୁଣୁପୁର ମଧ୍ୟରେ ସ୍ୱତନ୍ତ୍ର ରେଳ ସେବା, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: ପୁରୀ ଏବଂ ଗୁଣୁପୁର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚାଲିବ । ଏପ୍ରିଲ ୨୨ ତାରିଖ ଠାରୁ ପୁରୀରୁ ଏବଂ ୨୩ ତାରିଖ ଠାରୁ ଗୁଣୁପୁରରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  

ପୁରୀ-ଗୁଣୁପୁର ସ୍ପେଶାଲ୍ ପୁରୀରୁ ପୂର୍ବାହ୍ନ ୯ଟା ୩୦ମିନିଟରେ ଛାଡି ଗୁଣୁପୁରରେ ରାତି ୮ଟା ୫୦ମିନିଟରେ ପହଞ୍ଚିବ । ଫେରିବା ମାର୍ଗରେ ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁର ଠାରୁ ପ୍ରତ୍ୟହ ସକାଳ 6ଟା ରେ ଛାଡି ପୁରୀ ଠାରେ ଅପରାହ୍ନ ୩ଟା ୪୫ମିନିଟରେ ପହଞ୍ଚିବ ।

ପୁରୀ-ଗୁଣୁପୁର-ପୁରୀ ସ୍ୱତନ୍ତ୍ର ଟ୍ରେନରେ ଛଅଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ରହିବ । ଏହି ଟ୍ରେନ୍ ପୁରୀ ଓ ଗୁଣୁପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, କଣାସ ରୋଡ୍, ମୋଟରୀ, ଖୋର୍ଦ୍ଧା ରୋଡ୍, ତାପଙ୍ଗ, ନିରାକାରପୁର, ଭୂଷଣ୍ଡପୁର, କାଳୁପଡାଘାଟ, କୁହୁଡ଼ି, ଗଙ୍ଗାଧରପୁର, ବାଲୁଗାଁ,ଚିଲିକା, ଖଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ, ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୁରଲା ରୋଡ୍, ଇଛାପୁରମ୍, ସୋମପେଟା, ମଣ୍ଡାସା ରୋଡ୍, ପଲାସା, ପୁଣ୍ଡି, ନୌପଡା, ଟୀକ୍କାଲି, ପଥପାଟ୍ଟନମ, ପାରଳାଖେମୁଣ୍ଡି, କାଶୀନଗର ଓ ବଂଶଧରା ଷ୍ଟେସନ ମାନଙ୍କରେ ରହଣି କରିବ । 

Leave A Reply

Your email address will not be published.