Latest Odisha News

BREAKING NEWS

ହାଓଡ଼ାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା, ଜାଣନ୍ତୁ କେଉଁ ସମୟରେ ଚାଲିବ ଟ୍ରେନ୍ …

ନୂଆଦିଲ୍ଲୀ:ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକ ଦୁଇଟି ବିଶେଷ ଟ୍ରେନ୍ ଚଳାଚଳ କରିବ । ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ହାଓଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ । ଏହା ହାଓଡ଼ାଠାରୁ ୧୭ରୁ ୨୯ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ରାତି ୧୧ଟା ୩୦ମିନିଟରେ ଛାଡି ଭାସ୍କୋ-ଡ଼ା-ଗାମା ଠାରେ ତାପର ଦିନ ଅପରାହ୍ନ ୩ଟା ୪୫ମିନିଟରେ ପହଞ୍ଚିବ ।

ଫେରିବା ବେଳେ ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଭାସ୍କୋ-ଡ଼ା-ଗାମାଠାରୁ ୨୦ ଏପ୍ରିଲରୁ ୨ ମେ ମଧ୍ୟରେ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ସକାଳ ୬ଟା ୫୦ମିନିଟରେ ଛାଡି ହାଓଡ଼ାଠାରେ ତା’ପର ଦିନ ରାତି ୧୧ଟା ୨୫ମିନିଟରେ ପହଞ୍ଚିବ ।

ଏହି ଟ୍ରେନ୍ ହାଓଡ଼ା-ଭାସ୍କୋ-ଡ଼ା-ଗାମା ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଠାରେ ରହଣି କରିବ ।

ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ । ହାଓଡ଼ାଠାରୁ ୨୩ରୁ ୩୦ ଏପ୍ରିଲ୍ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୪ଟା ୧୫ମିନିଟରେ ଛାଡି ମହୀଶୂର ଠାରେ ତାପରେ  ଭୋର ୩ଟା ୫୦ମିନିଟରେ ପହଞ୍ଚିବ ।

ଫେରିବା ବେଳେ ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ମହୀଶୂର ଠାରୁ ୨୫ ଏପ୍ରିଲରୁ ୨ ମେ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତି ୧୧ଟା ୪୫ମିନିଟରେ ଛାଡି ହାଓଡ଼ା ଠାରେ ତାପର ଦିନ ପୂର୍ବାହ୍ନ ୧୦ଘ.୫୫ମି.ରେ ପହଞ୍ଚିବ ।

ଏହି ଟ୍ରେନ୍ ହାଓଡ଼ା ଓ ମହୀଶୂର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ବିଜୟନଗରମ୍, ବିଶାଖାପାଟନମ୍ ଷ୍ଟେସନ ଠାରେ ରହଣି କରିବ ।

Leave A Reply

Your email address will not be published.