ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ ଆୟୁକ୍ତ ଜେ.ସୋନାଲ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ପଣ୍ଡା, ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଧର ଦିଗାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଘର ପରି ଡାକ୍ତରଖାନାରେ ମଧ୍ୟ ପ୍ରତିଦିନ ପ୍ରଚୁର ପରିମାଣରେ ବର୍ଜ୍ୟବସ୍ତୁ ବାହାରିଥାଏ। ରୋଗୀମାନଙ୍କ ଚିକିତ୍ସା ବେଳେ ବାହାରୁଥିବା ବର୍ଜ୍ୟରୁ ଶତକଡ଼ା ୧୫ ଭାଗ ହେଉଛି ଜୈବ ବର୍ଜ୍ୟ। ଏହା ଅତ୍ୟନ୍ତ ବିପଦଜନକ। ତେଣୁ ଏହାକୁ ନଜରରେ ରଖି ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଯାନ ଜରିଆରେ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଛି। ଭଙ୍ଗା ଛୁଞ୍ଚି, ବ୍ୟବହୃତ ବ୍ଲେଡ୍ ଇତ୍ୟାଦି ବସ୍ତୁ ଏକତ୍ର ମିଶିଥିବା ଯୋଗୁ ବର୍ଜ୍ୟବସ୍ତୁ ସଂସ୍ପର୍ଶରେ ଆସୁଥିବା କର୍ମଚାରୀ ଆକ୍ରାନ୍ତ ହୋଇପାରନ୍ତି। ଅନୁରୂପ ଭାବେ ବର୍ଜ୍ୟବସ୍ତୁ ଡାକ୍ତରଖାନା ପରିସରରେ ଏଣେତେଣେ ପଡିବା ଯୋଗୁ ଦୁର୍ଗନ୍ଧ ହେବାସହ ମଶା, ମାଛି, ମୂଷା, କୀଟପତଙ୍ଗ ମାନଙ୍କର ବଂଶବୃଦ୍ଧି ହୋଇଥାଏ। ଯାହା ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ବାୟୋମେଡିକାଲ୍ ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ ୨୦୧୬ ପ୍ରକାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାଗୁଡିକ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଏନ୍.ଆପ୍ପାରାଓ ସମେତ ବହୁ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।
BREAKING NEWS
- ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video
- Odisha Eco-Retreat: ‘ଆମର ଲକ୍ଷ୍ୟ ଏସିଆର ଶ୍ରେଷ୍ଠ ୫ Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ’
- ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !
- NIA raids: ଆତଙ୍କବାଦୀ ନେଟୱାର୍କର ହେବ ପର୍ଦ୍ଦାଫାସ; ହଜାରିବାଗରେ NIAର କାର୍ଯ୍ୟାନୁଷ୍ଠାନ
- ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଓଏସଡବ୍ଲୁଏଏଲଆଇ ଏକ ଉତ୍ସର୍ଗୀକୃତ ଆନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ: ମୁଖ୍ୟମନ୍ତ୍ରୀ
- ପ୍ରବଳ ପବନ ଯୋଗୁ ମାଗଣା ହେଲା ବିଦ୍ୟୁତ, ଜାଣନ୍ତୁ କାହିଁକି ହେଲା ନିଷ୍ପତ୍ତି
- Tata Steel: ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପିତ
- Malkangiri Tension:ମାଲକାନଗିରିରେ ୫ମ ଥର ପାଇଁ ବଢ଼ିଲା ଇଣ୍ଟରନେଟ୍ କଟକଣା;ଆସନ୍ତାକାଲି ମଧ୍ୟରାତ୍ର…
- Maoists Surrender: ଭୁଶୁଡୁଛି ମାଓଗଡ; ଆତ୍ମସମର୍ପଣ କଲେ ୬ ମହିଳା ସମେତ ୧୦ ମାଓବାଦୀ
- Chief Justice Of India: ଡିସେମ୍ବର ୧୪ରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି
Comments are closed.