Latest Odisha News

BREAKING NEWS

ଉଡାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେଲା ବିମାନ

ଦିଲ୍ଲୀ : ଆଜି ଦିଲ୍ଲୀରେ ଅଳ୍ପକେ ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।ଉଡାଣ କରିବା ପୂର୍ବରୁ ବିମାନଟି ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଯାଇଥିଲା । ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍ ଜେଟର ବିମାନର ୱିଙ୍ଗସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଏହି ସମୟରେ ଯାତ୍ରୀ ମାନେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ ।

BjdElectrycity

 

ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ବିମାନ ଉଡାଣ ବାତିଲ କରିଦିଆଯାଇଥିଲା । ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି । ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଶ୍ରୀନଗର ପଠାଯାଇଛି । ହେଲେ ବିମାନଟି ଇଲେକ୍ଟ୍ରି ଖୁଣ୍ଟରେ ବାଡେଇ ହେବା ଫଳରେ ଖୁଣ୍ଟଟି ନଇଁ ପଡିଥିବା ଦେଖିବାକୁ ମିଳିଥିଲା ।ବିମାନର ୱିଙ୍ଗସ ମଧ୍ୟ ଭାଙ୍ଗଯାଇଛି ।

ତେବେ ଏହି ଦୁର୍ଘଟଣା କେମିତି ହେଲା ତାହା ଜଣାପଡିନାହିଁ । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ପାଇସ ଜେଟ ମୁଖପାତ୍ର କହିଛନ୍ତି ବିମାନ ୧୬୦ ଦିଲ୍ଲୀ ରୁ ଜମ୍ମୁ ଯାଉଥିଲା । ଟର୍ମିନାଲରୁ ରନୱେକୁ ଯିବା ସମୟରେ ବିମାନଟି ମାଡ ହୋଇଯାଇଥିଲା।

Leave A Reply

Your email address will not be published.