Latest Odisha News

BREAKING NEWS

ପ୍ରତିଭା ଏବଂ ପ୍ରମୋଦଙ୍କୁ ପଦ୍ମ ପୁରସ୍କାର: ସମ୍ମାନିତ କଲେ ରାଷ୍ଟ୍ରପତି

ଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ ।

ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ଘୋଷଣା ପରେ ଏ ସମ୍ମାନ ମୋ ରାଜ୍ୟର, ମୋ ଭାଷାର ଏ ସମ୍ମାନ ବ୍ୟକ୍ତିଙ୍କୁ ନୁହେଁ ସାହିତ୍ୟକୁ ମିଳିଛି ବୋଲି କହିଥିଲେ ପ୍ରତିଭା ।  କବିତା, ଗଳ୍ପ, ଉପନ୍ୟାସର ମୂର୍ଛନା ।  ୨୦୦୭ ମସିହାରେ ପ୍ରତିଭା ରାୟଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ୨୦୦୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୧୧ରେ ଜ୍ଞାନପୀଠ ପୁରସ୍କାର ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ଆଉ ଆଜି ତାଙ୍କୁ ମିଳିଛି ପଦ୍ମଭୂଷଣ ପୁରସ୍କାର ।

ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଆଜି ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ପାରା ଅଲମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲେ ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ।

ତେବେ ପୂର୍ବରୁ ପ୍ରମୋଦଙ୍କୁ ମିଳିଥିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ପ୍ରମୋଦ । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମିଳିଥିଲା ଖେଳରତ୍ନ ପୁରସ୍କାର । ତେବେ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ ।

Leave A Reply

Your email address will not be published.