Latest Odisha News

ଭୁବନେଶ୍ୱରରେ ସ୍ପାଇସଜେଟ୍ ଫ୍ଲାଇଟର ଜରୁରୀ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ଏହି ବିମାନରେ ଯାତ୍ରା କରୁଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିଲା । ପରେ ଆପୋଲୋର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ବ୍ୟକ୍ତିଙ୍କ ନାମ ଅଶୋକ କୁମାର ଶର୍ମା ବୋଲି ଜଣାପଡିଛି।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏହି ସ୍ପାଇସଜେଟ୍-୬୨୩ ଚେନ୍ନାଇରୁ ଆସୁଥିବାବେଳେ ସମ୍ପୃକ୍ତ ଯାତ୍ରୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ସକାଳ ୧୧ଟା ୧୫ମି.ରେ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ପରେ ତାଙ୍କୁ ଏଏଆଇର ଏକ ଫାୟାର ଆମ୍ବୁଲାନ୍ସ ଯୋଗେ ଟର୍ମିନାଲ୍ ୧ର ମେଡିକାଲ୍ ରୁମକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ଜଣାପଡିଛି ।

Comments are closed.