Latest Odisha News

BREAKING NEWS

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବଂ ନିର୍ଦ୍ଦେଶିକା ପ୍ରିୟା ଅଗ୍ରୱାଲ ହେବ୍ୱର ଅନ୍ୟ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ଆଲୋଚନା ଜରିଆରେ ବେଦାନ୍ତର କର୍ମଚାରୀ ଓ ସେମାନଙ୍କ ପରିବାର ସହ ଭାବ ବିନିମୟ କରି କମ୍ପାନୀରେ ଲିଙ୍ଗଗତ ସମାନତା ଉପରେ ଦିଆଯାଉଥିବା ପ୍ରାଧାନ୍ୟ ଏବଂ ସବୁ ସ୍ତରରେ ନିଷ୍ପତ୍ତି ନେଉଥିବା ବର୍ଗରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ କରାଯାଉଥିବା ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ ।

ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଲାଂଜିଗଡରେ ଚାଲିଥିବା ସଖୀ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କୁ ନେଇ କମ୍ପାନୀ ପକ୍ଷରୁ ଚଳିତ ବର୍ଷ ମହିଳା ଦିବସର ଥିମ୍ ଚୁଜ୍ ଟୁ ଚ୍ୟାଲେଂଜକୁ ଆଧାର କରି ବିଶେଷ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଝାରସୁଗୁଡାର ଶୁଭଲକ୍ଷ୍ମୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ମଥିରେ ସାମିଲ କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀରେ ଭଲ ପ୍ରଦର୍ଶନ କରିଥିବା ମହିଳା ଉଦ୍ୟୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିସହିତ ବିଭିନ୍ନ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ, ମହିଳାମାନଙ୍କୁ ଋତୁଚକ୍ର ସମ୍ପର୍କରେ ସଚେତନ କରିବା ନିମନ୍ତେ ସପ୍ତାହବ୍ୟାପୀ ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥିଲା ।

Leave A Reply

Your email address will not be published.