Latest Odisha News

BREAKING NEWS

ବିମାନରେ କାମ କଲାନି ଏସି, ପ୍ରବଳ ଗରମରେ ଆଉଟୁପାଉଟୁ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ କାମ କଲାନି ନାହିଁ ଏସି। ଫଳରେ ଝାଳରେ ବେହାଲ ହେଲେ ଲୋକେ। ଗରମରୁ ରକ୍ଷା ପାଇବା ପାଇଁ ହାତରେ ଯାହା ପାଇଲେ ତା’କୁ ଧରି ବିଞ୍ଚି ହେଲେ ଲୋକେ । ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି ଏଭଳି ଘଟଣା । ଏଭଳି ଅବ୍ୟବସ୍ଥାର ଭିଡିଓ ଅନେକ ଯାତ୍ରୀ ତାଙ୍କ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସଜେଟ ବିମାନରେ ଏସି କାମ ନ କରିବାରୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପ୍ରବଳ ଗରମରେ ଯାତ୍ରା କରିବାକୁ ପଡିଥିଲା । ଫଳରେ ବିମାନ ଭିତରେ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଥିଲା । ଭାଇରାଲ ହୋଇଥିବା ଭିଡିଓରେ ଯାତ୍ରୀଙ୍କ ସମସ୍ୟା ସ୍ପଷ୍ଟ ଦେଖାଯାଉଛି। ବିମାନ ଉଡାଣ ଭରିବାର ପ୍ରାୟ ଏକ ଘଣ୍ଟା ଧରି ଏସି ଚାଲି ନ ଥିଲା। ଏନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ସମାଧାନ ହୋଇ ନ ଥିଲା। ଶେଷରେ ଯାତ୍ରୀମାନେ ରୁମାଲ, କାଗଜ ଖଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ସହିତ ନିଜକୁ ବିଞ୍ଚି ହେଉଥିବାରୁ ଭିଡ଼ିଓରେ ଦେଖିବାକୁ ମିଳୁଛି। ପରେ ବିମାନ ଉଡାଣ ଭରିବା ପରେ ଏସି ସୁଇଚ୍‌ ଅନ୍‌ କରାଯାଇଥିଲା ବୋଲି କିଛି କହିଛନ୍ତି।  ଏ ବାବଦରେ ବିମାନବନ୍ଦର କର୍ତ୍ତୃପକ୍ଷ କୌଣସି ସୂଚନା ପ୍ରକାଶ କରିନାହାନ୍ତି।

Comments are closed.