ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ କୌଣସି ଆନ୍ତର୍ଜାତୀୟ ବିମାନ ଉଡ଼ାଇ ନ ଥିବା ସ୍ପାଇସଜେଟ୍ ପାଇଲଟଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିବା ନେଇ ରବିବାର ଦିନ ପ୍ରକାଶ କରିଛି ଏୟାରଲାଇନ୍ସ ।
“ଆମର ଜଣେ ସହକର୍ମୀଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ମାର୍ଚ୍ଚ ୨୮ (ଶନିବାର)ରେ ତାଙ୍କର ପରୀକ୍ଷା ରିପୋର୍ଟ ଆସିଥିଲା।
ଆହୁରି ମଧ୍ୟ ଶେଷଥର ପାଇଁ ସେ ମାର୍ଚ୍ଚ ୨୧ରେ ଘରୋଇ ବିମାନ ନେଇ ଚେନ୍ନାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେହି ଦିନଠାରୁ ସେ ନିଜ ଘରେ ସେଲ୍ପ କ୍ୱାରେଣ୍ଟାଇନରେ ରହିଆସୁଥିଲେ ।
ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୪ ଦିନ ଯାଏଁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ତଥା କର୍ମଚାରୀଙ୍କୁ ସେଲ୍ପ କ୍ୱାରେଣ୍ଟାଇନରେ ରହିବାକୁ ଏୟାରଲାଇନ ମୁଖପାତ୍ର ସୂଚନା ଦେଇଛନ୍ତି।
Comments are closed.