Latest Odisha News

BREAKING NEWS

କରୋନାଭାଇରସ ସଂକ୍ରମଣରେ ୧୦୮ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

ଲଣ୍ଡନ: କରୋନାଭାଇରସ (କୋଭିଡ-୧୯) ସଂକ୍ରମଣରେ ଜଣେ ୧୦୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା କିଛି ଘଣ୍ଟା ପରେ ସମ୍ପୃକ୍ତ ମହିଳାଙ୍କର ଦେହାନ୍ତ ହୋଇଛି ।

ପିଟିଆଇ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ବିଶ୍ୱଯୁଦ୍ଧ ଏବଂ ୧୯୧୮ ସ୍ପେନୀୟ ଫ୍ଲୁ ମହାମାରୀରୁ ବର୍ତ୍ତିଯାଇଥିବା ଉକ୍ତ ବୃଦ୍ଧା ଜଣକ କରୋନାଭାଇରସର ଶିକାର ହୋଇଥିବା ବ୍ରିଟେନର ସବୁଠୁ ବୟସ୍କ ବ୍ୟକ୍ତି ।

ହିଲଡା ଚର୍ଚ୍ଚିଲ ନାମକ ଏହି ମହିଳାଙ୍କ ଶରୀରରେ ଗତ ମଙ୍ଗଳବାର ଦିନ କରୋନା ଭୂତାଣୁର ଲକ୍ଷଣ ଦେଖାଦେଇଥିଲା ।

ଆହୁରି ମଧ୍ୟ ଆସନ୍ତାଏପ୍ରିଲ ୫ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଥାନ୍ତେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବାର କିଛି ଘଣ୍ଟା ପରେ ସାଲଫୋର୍ଡର କେୟାର ହୋମରେ ଶନିବାର ଦେହାନ୍ତ ହୋଇଥିଲା।

Leave A Reply

Your email address will not be published.