Latest Odisha News

BREAKING NEWS

ଘର ବାହୁଡା ମଜୁରିଆଙ୍କ ମୁଣ୍ଡରେ ସିଲ୍‌ ‘ମୋ ଠାରୁ ଦୂରେଇ ରୁହ’

ଭୋପାଲ: କରୋନା ଲାଗି ଚାରିଆଡେ ୨୧ ଦିନିଆ ତାଲା ବନ୍ଦ ଜାରି ରହିଛି । ଏହାରି ଭିତରେ ଭୋକ ଉପବାସରେ ଥିବା ଦିନ ମଜୁରିଆ ନିଜ ନିଜ ଭିଟା ମାଟିକୁ ଫେରୁଛନ୍ତି । ଶହ ଶହ ସଂଖ୍ୟାରେ ଦିନ ମଜୁରିଆ ଏକାଠି ହୋଇ ଘରକୁ ଫେରୁଥିବା ବେଳେ ସଂକ୍ରମଣ ଆଶଙ୍କା ନେଇ ତାଙ୍କ ପ୍ରତି ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ଘର ବାହୁଡା ମଜୁରିଆଙ୍କ ମୁଣ୍ଡରେ ପୋଲିସ ମାରୁଛି ସିଲ । ଏଥିସହ ତାଙ୍କ ମୁଣ୍ଡରେ ପୋଲିସ ମୋ ଠାରୁ ଦୂରେଇ ରୁହ, ମୁଁ ଲକ୍ ଡାଉନ ନିୟମ ଭାଙ୍ଗିଛି’ ବୋଲି ଲେଖୁଛି । ମଧ୍ୟପ୍ରଦେଶ ପୋଲିିସ ଦିନ ମଜୁରିଆଙ୍କ ଉପରେ ଏଭଳି କଡା ଅଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପୋଲିସର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ବେଶ୍ ଭାଇରାଲ ହେବା ସହ ତାଙ୍କୁ ନିନ୍ଦା ମଧ୍ୟ କରାଯାଇଛି ।
ଏହି ଘଟଣାଟି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଗୌରହରି ପୋଳିସ ଷ୍ଟେସନ ନିକଟରେ ଘଟିଛି । ଜଣେ ମହିଳା ପୋଲିସ ଘରକୁ ଫେରୁଥିବା ଦିନ ମଜୁରିଆଙ୍କ ଉପରେ ଏଭଳି କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଘଟଣାଟି ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳା ପୋଲିସଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

Leave A Reply

Your email address will not be published.