Latest Odisha News

BREAKING NEWS

ପୁନମ ମହାଜନଙ୍କ କଟିଲା ଟିକେଟ୍, ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ପାଇଁ ୧୫ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ୍‌ ମହାଜନଙ୍କ ଟିକେଟ୍‌ କାଟିଛି ବିଜେପି । ତାଙ୍କ ବଦଳରେ ଓକିଲ ଓଜ୍ୱଳ ନିକମଙ୍କୁ ଟିକେଟ ଦେଇଛି ଦଳ । ଉଜ୍ଜ୍ୱଳ ହେଉଛନ୍ତି ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ମାମଲାରେ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବଙ୍କ ବିରୁଧରେ ଲଢିଥିବା ବହୁ ଚର୍ଚ୍ଚିତ ଓକିଲ ।

ଦଳ ପୁନମ୍‌ ମହାଜନଙ୍କ ଟିକେଟ୍‌ କାଟି ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରୁ ଓକିଲ ଉଜ୍ଜ୍ୱଳ ନିକମ୍‌ଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଏହି ଆସନରୁ କଂଗ୍ରେସ ବର୍ଷା ଗାଇକୱାଡଙ୍କୁ ଟିକେଟ୍ ଦେଇଛି । ଦୀର୍ଘ ଦିନ ହେବ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ଦଳ ତାହାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ଯାହାର ଏବେ ଅବସାନ ଘଟିଛି ।

ତେବେ ୨୦୦୬ରେ ପୁନମ୍ ମହାଜନ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ବିଜେପି ଟିକେଟରେ ଲଢି ବିଜୟୀ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ତାଙ୍କୁ ଅଣଦେଖା କରିଛି ଦଳ ।

Leave A Reply

Your email address will not be published.