ଭୁବନେଶ୍ୱର: ଆଜିର ସମୟରେ ପ୍ରାୟ ସବୁ ବର୍ଗର ଲୋକ ମାନେ ଚିନ୍ତାରେ ବୁଡି ରହୁଥିବା ଦେଖିବାକୁ ମିଳୁଛି । ମାନସିକ ଚାପ ବଢିବା ଦ୍ୱାରା ଅନେକ କୁଚିନ୍ତା ମନକୁ ଛୁଇଥାଏ। ତେବେ ଆପଣ ମଧ୍ୟ ଯଦି ଏହିଭଳି ମାନସିକ ଚାପରେ ଅଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆମେ କହିବୁ ଏହାର ଉପାୟ । ଏଥିପାଇଁ ଅନେକ ଡାକ୍ତରୀ ଉପାୟ ମଧ୍ୟ ରହିଛି । ମାତ୍ର ଆଜି ଆମେ ଆପଣଙ୍କୁ କହିବୁ ମାନସିକ ଶାନ୍ତି ନିମନ୍ତେ କିଛି ଆଧ୍ୟାତ୍ମିକ ଉପାୟ…
ଠାକୁର ପୂଜା ସମୟରେ ଘରେ ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ କର୍ପୂର ଜଳାନ୍ତୁ। ଏହା ସମସ୍ତ କୁଶକ୍ତିକୁ ନାଶ କରିଥାଏ ।
ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ଫୋଟୋ ଲଗାନ୍ତୁ । ଏବଂ ଘରୁ ବହାରକୁ ଯାଉଥିଲେ ଏହାକୁ ପ୍ରଣାମ କରନ୍ତୁ।
ନଦୀ, ଜଳ , ଅଗ୍ନିଙ୍କ ପ୍ରତି ନକରାତ୍ମକ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ନିଶ୍ଚୟ ପୂଜା କରନ୍ତୁ। ହନୁମାନଙ୍କ ମନ୍ଦିରକୁ ଯାଇ ତେଲର ଦୀପ ଲଗାନ୍ତୁ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ଶୟନ କକ୍ଷରେ ଶୋଇବା ସମୟରେ ଘରର ମୁଖ୍ୟ ଦ୍ୱାର ଆଡ଼କୁ ପାଦ କରି ଶୁଅନ୍ତୁ ନାହିଁ।
ଘରର ଛାତ ଓ ସିଡ଼ି ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।
Comments are closed.