Latest Odisha News

BREAKING NEWS

ମହିଳା ହକି ଲିଗ୍ :ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ ମହିଳା ହକି ଲିଗରେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭୁବନେଶ୍ୱର ଟିମ ୦-୫ ଗୋଲରେ ସୋନପତରେ ପ୍ରୀତମ ସିୱଚ ହକି ଏକାଡେମୀ ନିକଟରୁ ପରାଜିତ ହୋଇଥିଲା ।

ଚାମ୍ପିୟନ ସୋନପତ ଟିମ ପକ୍ଷରୁ ମଂଜୁ ଚୌରାଶିଆ ୨ଟି ଏବଂ ତନ୍ନୁ, ରିତିକା ଓ ଭାରତୀ ସାରୋହ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଏକାଡେମୀକୁ ଅର୍ଜୁନ ପୁରସ୍କାର ବିଜେତା ଜାତୀୟ ଦଳର ପୂର୍ବତନ ଅଧିନାୟିକା ପ୍ରୀତମ ରାନୀ ସିୱଚ ଚଳାଉଛନ୍ତି । ଏହି ଲିଗର ପ୍ରଥମ ପର୍ଯ୍ୟାୟ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସାଇ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.