Latest Odisha News

ସିକେ ନାୟୁଡୁ ଟ୍ରଫି: ଗୌରବଙ୍କ ଶତକ, ଓଡିଶା ୨୪୮/୩

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ କ୍ରିକେଟ ଟ୍ରଫିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସରେ ୩୩୧ ରନ କରିଥିଲଶ । ଏହାର ଜବାବରେ ଓପନର ଗୌରବ ଚୌଧୁରୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୨୪୮ ରନ ସଂଗ୍ରହ କରିନେଇଛି । ଗୌରବ ୧୦୫ ଓ ଏମ.ପ୍ରଶାନ୍ତ ୫୯ ରନ କରିଥିଲେ । ଅନୀଲ ପରିଡା ଓ କାର୍ତିକ ବିଶ୍ୱାଳ ଯଥାକ୍ରମେ ୨୫ ଓ ୧୫ ରନ କରି ଅପରାଜିତ ରହିଛନ୍ତି ।

ପୂର୍ବରୁ ହର୍ଷ ଗୱାଲୀ ଓ ରାହୁଲ ଚାନ୍ଦ୍ରୋଲଙ୍କ ୨୪୩ ରନର ପାର୍ଟନରଶିପ ଯୋଗୁ ମଧ୍ୟପ୍ରଦେଶ ସମ୍ମାନଜନକ ସ୍କୋର କରିପାରିଥିଲା । ଓଡିଶା ପକ୍ଷରୁ ପେସର ରାଜେଶ ମହାନ୍ତି ଘାତକ ବୋଲିଂ କରି ୪୭ ରନରେ ବିପକ୍ଷ ଦଳର ୪ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.