ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ ମଙ୍ଗଳବାର ବଡ ଆଶ୍ୱସ୍ତି ମିଳିଛି । କ୍ରୀଡା ମନ୍ତ୍ରଣାଳୟ ତତ୍କାଳୀନ ପ୍ରଭାବରେ ଡବ୍ଲ୍ୟୁଏଫଆଇ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛି । ୧୫ ମାସ ପରେ ଏହି ନିଲମ୍ବନ ଉଠିଛି । ଫଳରେ ଏହି ବିବାଦର ଏକପ୍ରକାର ଅନ୍ତ ଘଟିବା ଅନୁମାନ କରାଯାଉଛି । କ୍ରୀଡା ମନ୍ତ୍ରଣାଳୟ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟକାରୀ କମିଟି ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ କରିଥିଲା । ଏହା ପରେ ଭାରତୀୟ ଅଲିମ୍ପିକ ସଂଘ ଭୂପେନ୍ଦ୍ର ସିଂ ବାଜୱା ଅଧ୍ୟକ୍ଷତାରେ ଗଠିତ କମିଟିକୁ ଭଙ୍ଗ ମଧ୍ୟ କରାଯାଇଛି । ଡବ୍ଲ୍ୟୁଏଫଆଇକୁ ପୂର୍ବରୁ ଆଇଓଏ ଓ ୟୁଡବ୍ଲ୍ୟୁୟୁଡବ୍ଲ୍ୟୁଠାରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କେନ୍ଦ୍ର ସରକାର ନିଷ୍ପତିକୁ ଅପେକ୍ଷା କରି ରହିଥିଲେ ।
୨୧ ଡିସେମ୍ବର ୨୦୨୩ରେ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତମ ବିବେଚନା କରାଯାଉଥିବା ସଞ୍ଜୟ ଏବଂ ତାଙ୍କ ଟିମ ନିର୍ବାଚନ ଜିତିଥିଲେ । ଏହା ପରେ ୧୫ ଏବଂ ୨୦ ବର୍ଷରୁ କମ ଜାତୀୟ ଚାମ୍ପିୟନଶିପର ଘୋଷଣା କରାଯାଇଥିଲା । ବ୍ରିଜଭୂଷଣଙ୍କ ଗଡ ଭାବେ ବିବେଚନା କରାଯାଉଥିବା ନନ୍ଦିନୀ ନଗରରେ ଏହା ଆୟୋଜିତ ହେବାକୁ ଥିଲା । କ୍ରୀଡା ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିପାରି ନ ଥିଲା ଏବଂ ଡବ୍ଲ୍ୟୁଏଫଆଇକୁ ନିଲମ୍ବିତ କରିଥିଲା ।
Comments are closed.