Latest Odisha News

BREAKING NEWS

ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି ।

ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ୨ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩ ତାରିଖ ରାତି ୯ଟା ଯାଏ ବୃଦ୍ଧି କରାଯାଇଛି ।

ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ସ୍ପଟ୍ ଆଡମିଶନ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଆଜି ସୁଦ୍ଧା ସରିଥାନ୍ତା ନାମଲେଖା । ତେବେ ଖରାପ ପାଗକୁ ଦେଖି ଅଗଷ୍ଟ ୩ ଯାଏ ଅବଧି ବୃଦ୍ଧି ପାଇଛି । ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.