Latest Odisha News

BREAKING NEWS

ନିଆରା ଯୋଡ଼ି : ସାଢେ ତିନି ଫୁଟ ବରକୁ ୪ ଫୁଟର କନ୍ୟା

ବିହାର: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ବିହାରର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଲା ଉଭୟଙ୍କ ଉଚ୍ଚତାକୁ ନେଇ । ବରର ଉଚ୍ଚତା ସାଢେ ୩ ଫୁଟ୍ ଥିବା ବେଳେ କନିଆର ଉଚ୍ଚତା ୪ଫୁଟ୍ ।

ମାଧୁରାର ଲେରୁଆ ନିବାସୀ ସତେନ୍ଦ୍ର ସିଂ । ତାଙ୍କ ପୁଅ ରୋହିତ,ଯାହାର ଉଚ୍ଚତା ପ୍ରାୟ ସାଢେ ତିନି ଫୁଟ । ରୋହିତ ବନିୟାପୁରର ଖାବସି ନିବାସୀ ନେହାଙ୍କୁ ବିବାହ କରିଛନ୍ତି । ଯାହାଙ୍କର ଉଚ୍ଚତା ରୋହିତଙ୍କଠାରୁ ବଡ଼ । ଅର୍ଥାତ୍ ୪ ଫୁଟ୍ । ଏହି ବିବାହରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ । ରୋହିତଙ୍କ ବଡ ଭାଇ ଅମର କୁମାର କହିଛନ୍ତି ଯେ, ରୋହିତଙ୍କ କମ ଉଚ୍ଚତା ହେତୁ ତାଙ୍କୁ ବିଭିନ୍ନ ପ୍ରକାରର ଉପହାସର ସାମ୍ନା କରିବାକୁ ପଡ଼ୁଥିଲା ।

ସେହିପରି କନ୍ୟାଙ୍କ ଭାଇ ଶୈଲେଶ କହିଛନ୍ତି ଯେ, ରୋହିତଙ୍କ କମ୍ ଉଚ୍ଚତା ନେଇ ଆମେ ଖବର ପାଇଥିଲୁ । ବିବାହ ପ୍ରସ୍ତାବ ପକାଇବାରୁ ତାଙ୍କ ପରିବାର ଲୋକେ ରାଜି ହୋଇଗଲେ । ତା’ପରେ ଉଭୟ ପକ୍ଷର ବିବାହ ତାରିଖ ସ୍ଥିର କରି ବିବାହ କରାଯାଇଛିି । ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ସମ୍ପର୍କୀୟମାନେ ଏମାନଙ୍କ ଯୋଡ଼ିକୁ ଭଗବାନ ତିଆରି କରିଛନ୍ତି ବୋଲି କହିଥିଲେ । ବିବାହ ପରେ ରୋହିତ ଏବଂ ନେହା ଗାଡିଦେବୀ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିବା ପରେ ମା’ଙ୍କଠାରୁ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶୀର୍ବାଦ ଲୋଡିଥିଲେ । ମନ୍ଦିରରେ ପହଞ୍ଚିବା ପରେ ଏହି ଯୋଡ଼ିଙ୍କୁ ଦେଖିବା ପାଇଁ ବହୁ ଲୋକ ଭିଡ଼ ଜମାଇଥିଲେ । ରୋହିତ କହିଛନ୍ତି ଯେ, ସେ ତାଙ୍କ ସ୍ୱପ୍ନର ସାଥୀ ପାଇଛନ୍ତି । ଏହି ଅନନ୍ୟ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.