Latest Odisha News

ଆମାଜନ, ଗୁଗଲ ଓ ମାଇକ୍ରୋସଫ୍ଟ ପରେ ଏବେ ୬୦୦ କର୍ମଚାରୀ ଛଟେଇ କରିବ ସ୍ପଟିଫାଏ

ୱାଶିଂଟନ: ବର୍ତ୍ତମାନ କର୍ମଚାରୀ ଛଟେଇ ଜାରି ରହିଛି। ଆମାଜନ, ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ ଟେକ୍‌ କମ୍ପାନୀ ଛଟେଇ କରୁଛନ୍ତି। ଏବେ ମ୍ୟୁଜିକ୍‌ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଏ ଟେକ୍ନୋଲୋଜି ଏସ୍‌ଏ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି।

କମ୍ପାନୀ ତାର ୬ ପ୍ରତିଶତ କର୍ମଚାରୀ, ପାଖାପାଖି ୬୦୦ କର୍ମଚାରୀ ଛଟେଇ କରିବ। ଆଶଙ୍କାୟିତ ଆର୍ଥିକମାନ୍ଦାବସ୍ଥା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି। କମ୍ପାନୀର କଣ୍ଟେଣ୍ଟ ଓ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଡନ ଓଷ୍ଟ୍ରଫ୍‌ ମଧ୍ୟ କମ୍ପାନୀର ପୁନର୍ଗଠନ ପ୍ରକ୍ରିୟାରେ ଇସ୍ତଫା ଦେଇପାରନ୍ତି।

ସୂଚନା ଥାଉକି, ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ସ୍ପଟିଫାଏ କମ୍ପାନୀରେ ୯,୮୦୦ ପୂର୍ଣ୍ଣକାଳୀନ କର୍ମଚାରୀ ରହିଥିଲେ। ତେଣୁ ଛଟେଇ ପ୍ରକ୍ରିୟାରେ କମ୍ପାନୀ କ୍ଷତିପୂରଣ ବାବଦକୁ ୩୫ ମିଲିୟନ ୟୁରୋ(୩୮ ମିଲିୟନ ଆମେରିକୀୟ ଡଲାର)ରୁ ୪୫ ମିଲିୟନ ୟୁରୋ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କମ୍ପାନୀ କହିଛି।

କର୍ମଚାରୀ ଛଟେଇ ପୂର୍ବରୁ ସ୍ୱିଡେନ୍ କମ୍ପାନୀ ସ୍ପଟିଫାଏରେ ବିଜ୍ଞାପନ ଟେଣ୍ଡରକୁ ଉଠାଇ ନେଇଛି। ଋଷ ୟୁକ୍ରେନ୍ ଯୁଦ୍ଧ ଓ ବଢ଼ୁଥିବା ସୁଧ ଆର୍ଥିକ ସ୍ଥିତିକୁ ସଂକଟରେ ପକାଇଛି। ୨୦୨୨ରେ କମ୍ପାନୀର ଶେୟାର ମଧ୍ୟ ଅଧାରୁ ଅଧିକ ଖସିଛି। ଗତବର୍ଷ ଅକ୍ଟୋବର ମାସରେ ୨୦୨୩ ବର୍ଷ ପାଇଁ ନିଯୁକ୍ତି କମାଇବାକୁ ଘୋଷଣା କରିଥିଲା କମ୍ପାନୀ। ଆଉ ଏବେ ଛଟେଇ ଘୋଷଣା କରି କର୍ମଚାରୀଙ୍କୁ ଶକ୍ତ ଆଘାତ ଦେଇଛି।

Comments are closed.