Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ମିକ୍ସଡ ଡବଲ୍ସ କ୍ୱାର୍ଟରରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ଷ୍ଟାର ମହିଳା ଖେଳାଳି ସାନିଆ ମିର୍ଜା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ତାଙ୍କ ନିକଟରେ ଶେଷ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଓ ରୋହନ ବୋପାନ୍ନା ଯୋଡି ଉରୁଗୁଏର ଏରିୟଲ ବେହର ଓ ଜାପାନର ମାକୋଟୋ ନିନୋମିୟା ଯୋଡିଙ୍କୁ ୬-୪, ୭-୬ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟକୁ ଭାରତୀୟ ଯୋଡି ସହଜରେ ଜିତିଥିଲେ ମଧ୍ୟ ଦ୍ୱିତୀୟ ସେଟ ହାସଲ ପାଇଁ କଡା ସଂଘର୍ଷ କରିବାକୁ ପଡିଥିଲା । ମଙ୍ଗଳବାର ଭାରତୀୟ ଯୋଡି ଲାଟଭିୟାର ଜେଲେନା ଓଷ୍ଟାପେଙ୍କୋ ଓ ସ୍ପେନର ଡେଭିଡ ୱେଗାଙ୍କୁ ଭେଟିବେ ।

ମହିଳା ଡବଲ୍ସରୁ ବିଦାୟ ନେଇଥିବା ସାନିଆଙ୍କୁ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ପାଇଁ ଏବେ ବି ସୁଯୋଗ ରହିଛି । ୨୦୧୭ରେ ବୋପାନ୍ନା-ସାନିଆ ଫ୍ରେଂଚ ଓପନ ଟାଇଟଲ ଜିତିଥିଲେ । ସେହିପରି ୨୦୦୯ରେ ମହେଶ ଭୂପତିଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ।

Leave A Reply

Your email address will not be published.