Latest Odisha News

BREAKING NEWS

ବର୍ଷକର ଶ୍ରେଷ୍ଠ ଟି୨୦ ଏକାଦଶରେ ଭାରତରୁ ୩

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଏଥିରେ ଭାରତର ୩ଜଣ ଖେଳାଳି ସ୍ଥାନ ପାଇଛି । ସେମାନେ ହେଲେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନରୁ ୨ଜଣ ଲେଖାଁଏ ଖେଳାଳିଙ୍କୁ ସାମିଲ କରାଯାଇଛି । ଅଷ୍ଟ୍ରେଲିଆର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନି । ଜିମ୍ବାୱେ ଓ ଆୟର୍ଲାଣ୍ଡରୁ ଜଣେ ଲେଖାଁଏ ଖେଳାଳିଙ୍କ ଏକାଦଶରେ ସାମିଲ କରାଯାଇଛି । ଜୋସ ବଟଲରଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆଇସିସି ମହିଳା ଏକାଦଶ ଟିମରେ ଭାରତର ୪ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ଋଚା ଘୋଷ ଓ ରେଣୁକା ସିଂ ଠାକୁର ।
ଆଇସିସି ଟି୨୦ ଏକାଦଶ(୨୦୨୨): ଜୋସ ବଟଲର (ଅଧିନାୟକ), ମହମ୍ମଦ ରିଜୱାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ ଫିଲିପ୍ସ, ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ସ୍ୟାମ କୋରାନ, ୱାନିନ୍ଦୁ ହସରଙ୍ଗା, ହାରିସ ରୌଫ, ଜୋଶୁଆ ଲିଟଲ

Leave A Reply

Your email address will not be published.