Latest Odisha News

BREAKING NEWS

ବ୍ୟବସାୟ ଜଗତରେ ପ୍ରବେଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆଥଲେଟିକ୍ ଟ୍ରାକରେ ଧମାଲ୍ କରିବା ପରେ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଡିଟି ଡିଲାଇଟ୍ସି’ ନାମକ ୨ଟି ହୋଟେଲ୍ ଖୋଲିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଦୂତି । ଗୋଟିଏ ହୋଟେଲ୍ ଶୈଳଶ୍ରୀ ବିହାର ଠାରେ ଏବଂ ଅନ୍ୟଟି ଏମ୍ସ ଭୁବନେଶ୍ୱର ନିକଟରେ ରହିଛି । ଏହି ଦୁଇ ହୋଟେଲ୍ ୧୦ ବର୍ଷୀୟା ଲିଜ୍ ଚୁକ୍ତି ସହ ହୋଟେଲ୍ ରୁମ୍ ବୁକିଂ ଆପ୍ ‘ଓୟୋ’ ସହ ଟାଏଅପ୍ ହୋଇଛନ୍ତି ।

ନିଜର ଏହି ଉଦ୍ୟୋଗ ସମ୍ପର୍କରେ ସୂଚନା ଦେଇ ଦୂତି କହିଛନ୍ତି, “ପ୍ରଥମେ ପ୍ରଥମେ ଆମକୁ ଭଲ ରେସପୋନ୍ସ ମିଳିନଥିଲା ଏବଂ ରୁମ୍ ଖାଲି ପଡୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସବୁ ଅସୁବିଧା ଦୂର ହୋଇଛି ଓ ରୁମ୍ ସଂଖ୍ୟାରୁ ବୁକିଂ ବଳିଯାଉଛି” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ହୋଟେଲ୍ ଖୋଲିବାର ଅନ୍ୟଏକ ଉଦ୍ଦେଶ୍ୟ ହେଉଛି ବେରୋଜଗାର ଯୁବକ ଓ ଯୁବତୀଙ୍କୁ କର୍ମନିଯୁକ୍ତି ମିଳିପାରିବ । “ଆମ ଅଞ୍ଚଳର ୧୦ରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଏହି ହୋଟେଲରେ କର୍ମନିଯୁକ୍ତି ପାଇଛନ୍ତି । ଆଗାମୀ ବର୍ଷରେ ହୋଟେଲ୍ ସଂଖ୍ୟାରେ ବୃଦ୍ଧି ଘଟିପାରେ, ପ୍ରାଥମିକ ଭାବେ ମୁଁ ପାଇଥିବା ପୁରସ୍କାର ରାଶିକୁ ଏଥିରେ ବିନିଯୋଗ କରିଛି ।

ଅପରପକ୍ଷରେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ୧୦୦ଟି ହୋଟେଲ୍ ଖୋଲିବାକୁ ଲକ୍ଷ୍ୟ ରଖିଛି । ଏହାବ୍ୟତିତ ଏକ ଅଲମ୍ପିକ୍ସ ସ୍ତରୀୟ ପଞ୍ଚ ତାରକା ହୋଟେଲ୍ ଖୋଲିବାକୁ ଚିନ୍ତା କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି ।

ଡିଟି ଗ୍ରୁପ୍ ମୋର ବ୍ୟାବସାୟିକ ଲକ୍ଷ୍ୟ ପୂରଣ କରିବାକୁ ଥିବାବେଳେ ଆମ ଅଞ୍ଚଳର ଗରିବ ବୁଣାକାରଙ୍କ ପାଇଁ ମୁଁ ଏକ ଟ୍ରଷ୍ଟ ମଧ୍ୟ ଖୋଲିବାକୁ ଯାଉଛି ।

Leave A Reply

Your email address will not be published.