Latest Odisha News

BREAKING NEWS

ହିଟ୍ସରେ ଦୂତି ଚମତ୍କାର ଦୌଡି଼ଲେ, ପ୍ରଥମ ହୋଇ ସେମିଫାଇନାଲକୁ ଉନ୍ନିତ ହେଲେ

ଜାକର୍ତ୍ତା: ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ଯେ କେବଳ ଓଡ଼ିଶା ଓ ଓଡ଼ିଆଙ୍କର ଗର୍ବ ଓ ଗୌରବ ନୁହଁନ୍ତି ସେ ଏବେ ସାରା ଭାରତର ଘରେ ଘରେ ପରିଚିତ ହେବାକୁ ଯାଉଛନ୍ତି । ଭାରତୀୟ ଆଥଲେଟ୍ ଦୂତି ଆଜି ଏସିଆନ ଗେମ୍ସରେ ୧୦୦ ମିଟର ହିଟ୍ସରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ୧୧.୩୮ ସେକେଣ୍ଡରେ ଅତିକ୍ରମ କରିପାରିଛନ୍ତି ।

                                                                                ଦୌଡ଼ ଦୂତି ଦୌଡ଼…
ଦୂତି ଏହି ୧୦୦ ମିଟର ଦୌଡ଼ ହିଟ୍ସରେ ସବୁ ଦେଶର ଦୌଡ଼ାଳିଙ୍କୁ ପଛରେ ପକାଇ ପ୍ରଥମ ହୋଇଥିଲେ । ଆରମ୍ଭରୁ ହିଁ ଦୂତି ବେଶ୍ ଫୁର୍ତ୍ତି ଓ ଆତ୍ମବିଶ୍ୱାସର ସହିତ ଦୌଡ଼ି ପ୍ରଥମ ସ୍ଥାନ ଅଧିକାର କରି ପାରିଥିଲେ । ଷ୍ଟାଡ଼ିୟମରେ ଦୂତିଙ୍କୁ ଭରପୁର ଭାରତୀୟ ଦର୍ଶକ ଉତ୍ସାହିତ କରୁଥିବା ଲକ୍ଷ୍ୟ କରାଯାଇଥିଲା ।

ଆଥଲେଟିକ୍ସରେ ଅନ୍ୟତମ ଭାରତୀୟ ସ୍ପ୍ରିଣ୍ଟର୍ ହିମା ଦାସ ୪୦୦ ମିଟର ଦୌଡ଼କୁ ୫୧.୦୦ ସେକେଣ୍ଡରେ ୨ୟ ହୋଇ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ତେବେ ବାହାରିନର ସ୍ପ୍ରିଣ୍ଟର୍ ଏହି ବିଭାଗର ହିଟ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

 

ବ୍ୟାଡ଼ମିଣ୍ଟନରେ ଆଜି ପିଭି ସିନ୍ଧୁ ଓ ସାଇନା ନେହେୱାଲ ମହିଳା କ୍ୱାର୍ଟର୍ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ସ୍କ୍ୱାଶରେ ସୌରଭ ଘୋଷାଲଙ୍କୁ ଏକ ବ୍ରୋଞ୍ଜ ପଦକ ମିଳିଛି । ତୀରନ୍ଦାଜୀରେ ଭାରତୀୟ ମହିଳା ଦଳ ୫-୩ରେ ମଙ୍ଗୋଲିଆକୁ ପରାସ୍ତ କରିପାରିଛି ।

ବ୍ରିଜ୍ ଖେଳରେ ମିକ୍ସଡ଼ ଦଳ ସେମିଫାଇନାଲକୁ ଉନ୍ନିତ ହୋଇଛି ।

Leave A Reply

Your email address will not be published.