Latest Odisha News

BREAKING NEWS

ଭଦ୍ରକରେ ବିଷାକ୍ତ ମଦ ପିଇ ୪ ମୃତ, ୨୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହାଡି ବ୍ଲକ୍ ଅନ୍ତର୍ଗତ ନିମେଇ ସାହିରେ କିଛି ବ୍ୟକ୍ତି ବିଷାକ୍ତ ମଦ ପିଇ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧ରୁ ଅଧିକ ଗୁରୁତର ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ସରିବା ପରେ ସୋମବାର ରାତିରେ ନିମେଇ ସାହିର କିଛି ବ୍ୟକ୍ତି ଦେଶୀ ମଦ ପିଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୩ଜଣ ହଠାତ୍ ଅଚେତ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣଙ୍କର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତକଙ୍କ ମଧ୍ୟରେ ରାମଚନ୍ଦ୍ର ପଢିଆରୀ, ସାଧୁ ଚରଣ ନାୟକ, ସର୍ବେଶ୍ୱର ଦାସ ରହିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।

ଅନ୍ୟପକ୍ଷରେ ଅସୁସ୍ଥ କୁନା ଜେନା, ବୈଧର ନାୟକ ଏବଂ ଶଙ୍କର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ମଧ୍ୟ ଚିକିତ୍ସାରେ ଅବହେଳା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏନେଇ ଉତ୍ତେଜିତ ଗ୍ରାମବାସୀମାନେ ମଙ୍ଗଳବାର ଦିନ ତିହାଡି-ଚାନ୍ଦବାଲି ରାସ୍ତାକୁ ଅମରୋଧ କରିଛନ୍ତି । ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।

ତେବେ ଅନ୍ତିମ ରିପୋର୍ଟ ଅନୁଯାୟୀ ଜିଲ୍ଲାପାଳ ଜ୍ଞାନ ଦାସ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିତ୍ତଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Leave A Reply

Your email address will not be published.