Latest Odisha News

BREAKING NEWS

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା କୁହାଯାଇଛି ।

ଜିଏସଏସ୍ ମେଡିକାଲ ରିସର୍ଚ୍ଚ ଓ କ୍ଲିନିକାଲ ରିସର୍ଚ୍ଚ ମିଳିତ ଭାବେ ସ୍ପୁଟନିକ୍-୫ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି । ଭାରତରେ ସ୍ପୁଟନିକ୍-୫ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି । ଭ୍ୟାକସିନ୍ ପାଇଁ କ୍ଲିନିକାଲ ଟ୍ରାଏଲ ତଥ୍ୟର ଦ୍ବିତୀୟ ପର୍ଯ୍ୟାୟ ବିଶ୍ଲେଷଣରେ ପ୍ରଥମ ଡୋଜର ୨୮ ଦିନ ପରେ ଏହା ୯୧.୪ ପ୍ରତିଶତ ଫଳପ୍ରଦ ବୋଲି ଆରଡିଆଇଏଫ୍ ପକ୍ଷରୁ କୁହାଯାଇଥିଲା । ପ୍ରଥମ ଡୋଜର ୪୨ ଦିନ ପରେ ଏହା ୯୫ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ।

ବର୍ତ୍ତମାନର ପରୀକ୍ଷଣରେ ୪୦ ହଜାର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ହଜାର ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ସେହିପରି ୧୯ ହଜାର ଜଣଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଦିଆଯାଇଛି । ଅଗଷ୍ଟ ୧୧ ତାରିଖରେ ବିଶ୍ବର ପ୍ରଥମ ଟିକା ପଞ୍ଜିକରଣ କରିବାରେ ଋଷିଆ ପ୍ରଥମ ଦେଶ ହୋଇଥିଲା ।

 

 

Leave A Reply

Your email address will not be published.