କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ମହମ୍ମସ ସାମିଙ୍କ ନିକଟରେ ୨ଟି ରେକର୍ଡ କରିବା ସୁଯୋଗ ରହିଛି ।
ସାମି ଯଦି ଏହି ମ୍ୟାଚରେ ୨ଟି ଉଇକେଟ ହାସଲ କରିବେ ତାହାହେଲେ ଭାରତ ପକ୍ଷରୁ କମ୍ ମ୍ୟାଚରେ ଦିନିକିଆ କ୍ରିକେଟରେ ୧୫୦ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିବେ । ୧୮ ବର୍ଷ ତଳେ ଅଜିତ ଅଗରକର ୯୭ ମ୍ୟାଚରେ ୧୫୦ ଉଇକେଟ ନେଇଥିଲେ । ସାମି ଏବେ ୭୯ ଦିନିକିଆରେ ୧୪୮ ଉଇକେଟ ନେଇଛନ୍ତି । ଓଭରାଲ ସେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ(୭୭ ମ୍ୟାଚ) ଓ ପାକିସ୍ତାନର ସାକଲିନ ମୁସ୍ତାକ (୭୯)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିବେ ।
ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୨୩ରନ: ଦିନିକିଆରେ ଦ୍ରୁତ ୧୨୦୦୦ ରନ ଲ୍ୟାଣ୍ଡମାର୍କ ରେକର୍ଡ ଭଙ୍ଗ କରିବା ପାଇଁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ୨୩ ରନ ଆବଶ୍ୟକ କରୁଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୦୯ ମ୍ୟାଚ ଖେଳି ୩୦୦ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଥିଲେ । କୋହଲି ୨୫୧ ମ୍ୟାଚରେ ୨୪୨ ଇନିଂସ ଖେଳି ୧୧୯୭୭ ରନ କରିଛନ୍ତି । କୋହଲି ଷଷ୍ଠ ଖେଳାଳି ଭାବେ ଏହି ସଫଳତା ହାତେଇବେ । ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଂଟି, ଶ୍ରୀଲଙ୍କାର କୁମାର ସଙ୍ଗକାରା, ସନଥ ଜୟସୂରିୟା ଓ ମାହେଲା ଜୟବର୍ଦ୍ଧନେ ୧୨୦୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି ।
BREAKING NEWS
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

Comments are closed.