Latest Odisha News

BREAKING NEWS

ବ୍ରିଟେନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବନି !

ଲଣ୍ଡନ: କରୋନା ଆତଙ୍କ ଏବେ ବି ଥମିନି । କିନ୍ତୁ ପ୍ରକୋପ କମିଛି । ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଖୁବଶୀଘ୍ର ବ୍ରିଟେନରେ ଲୋକଙ୍କୁ ଆଇନ ଅନୁସାରେ ଘରେ କିମ୍ୱା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାରୁ ମିଳିବ ମୁକ୍ତି । ଗୋଟିଏ ମିଟର ସାମାଜିକ ଦୂରତା ରକ୍ଷା କରିବା ନିର୍ଦ୍ଦେଶନାମା ହଟିବ ।

ଆସନ୍ତା ୧୯ ତାରିଖରୁ ଏହି ନିୟମରେ କୋହଳ ହେବ । ଏବେ ଟିକାକରଣ ଅଭିଯାନ ବ୍ୟାପକ ହୋଇଥିବାରୁ ନିୟମକୁ କୋହଳ ପାଇଁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

ସେ କହିଛନ୍ତି, ଲୋକଙ୍କୁ କରୋନା ଭାଇରସ ସହ ରହିବା ପାଇଁ ଶିଖିବାକୁ ହେବ । ଏଥିସହ କଟକଣାକୁ ଅଧିକ କୋହଳ କରାଯାଉଛି । ଘରେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ ଗୋଟିଏ ମିଟର ସାମାଜିକ ଦୂରତା ରକ୍ଷା ନେଇ ଆଇନକୁ ଜୁଲାଇ ୧୯ରୁ ହଟାଇ ଦିଆଯାଇପାରେ ।

ସବୁକିଛି ଏବେ ଲୋକଙ୍କୁ ଉପରେ ଛାଡ଼ି ଦିଆଯିବ ବୋଲି ବୋରିସ୍ ଜନସନ୍ କହିଛନ୍ତି । ଅର୍ଥାତ କେହି ମାସ୍କ ପିନ୍ଧିଲେ କି ସାମାଜିକ ଦୂରତା ରକ୍ଷା କରିବାକୁ ଚାହିଁଲେ ସେ କରିପାରିବେ । କିନ୍ତୁ ଆଇନ ଅନୁସାରେ ବାଧ୍ୟତାମୂଳକ ନୁହେଁ । ମାସ୍କ ନପିନ୍ଧିଲେ କି ସାମାଜିକ ଦୂରତା ନିୟମ ଭାଙ୍ଗିଲେ କୌଣସି ଆକ୍ସନ ବି ହେବନି ।

ଆସନ୍ତା ୧୨ ତାରିଖରେ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ । କରୋନା ସଙ୍କଟ ଭିତରେ ଦେଶରେ ଘରେ ଓ ବାହାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକୁ ଆଇନ ଅନୁସାରେ ବାଧ୍ୟତାମୂଳକ କରିଥିଲେ ବ୍ରିଟେନ୍ ସରକାର ।

Leave A Reply

Your email address will not be published.