ପାରାଦୀପ: ପାରାଦୀପ ଉପକୂଳରେ ଏକ ମାଛଧରା ବୋଟରୁ ଧରରାପଡିଛି ଗୁପ୍ତଚର ପାରା । ପାରାର ଗାେଡରେ ଏକ ସ୍ପାଏ କ୍ୟାମେରରା ଲାଗିଥିବା ଦେଖିବାକୁ ମିଳିଛି । ଏଥିସହିତ ଏକ ଚିପ ମଧ୍ୟ ଲାଗିଛି । ଏହା ଏକ ବିଦେଶୀ ଗୁପ୍ତଚର ପାରା ବୋଲି ମତ୍ସଜୀବୀମାନେ ସନ୍ଦେହ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ସାରଥୀ ନାମକ ମାଛଧରା ଟ୍ରଲର ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା । ଟ୍ରଲରଟି ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରୁଥିବାବେଳେ ହଠାତ ଧଳା ରଙ୍ଗର ପାରାଟି ଉଡ଼ି ଆସି ଟ୍ରଲର ଉପରେ ବସିଥିଲା। ମତ୍ସ୍ୟଜୀବୀମାନେ ଦେଖିଲେ, ପାରାର ଗୋଡ଼ରେ ସ୍ପାଏ କ୍ୟାମେରା ଲାଗିଥିବାବେଳେ ଏହାର ଡେଣାରେ ଏକ ଚିପ୍ ଲାଗିଛି । ସେମାନେ ପାରାଟିକୁ ଧରିବେ ପରେ ଦେଖିଥିଲେ, ତାର ଗୋଡରେଏକ ଚିପ୍ ଲାଗିଛି ଏବଂ ଏଥିରେ ବିଦେଶୀ ଭାଷାରେ କିଛି ଲେଖାଯାଇଛି । ଏସବୁ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ ମତ୍ସ୍ୟଜୀବୀମାନେ ।
Comments are closed.