ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ପୂର୍ବରୁ ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବେଳେ ଏହି ଘଟଣା ଏବେ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଇମ୍ରାନଙ୍କ ଜଣେ କର୍ମଚାରୀ ତାଙ୍କ ବେଡରୁମରେ କ୍ୟାମେରା ଲଗାଉଥିବା ବେଳେ ଅନ୍ୟ ଜଣେ ଏହାକୁ ଦେଖିଥିଲେ । ସେ ସୁରକ୍ଷା କର୍ମୀଙ୍କୁ ଖବର ଦେବାରୁ ଉକ୍ତ କର୍ମଚାରୀ ଧରା ପଡିଥିଲା । ପିଟିଆଇର ନେତା ଶାହବାଜ ଗିଲ କହିଛନ୍ତି ଏହି ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସାମିଲ ଅଛନ୍ତି ।
କର୍ମଚାରୀଙ୍କୁ ଟଙ୍କା ଦିଆଯାଇ ଏହା କରାଯିବ ପଛରେ କଣ କାରଣ ରହିଛି ତାହା ପାକିସ୍ତାନବାସୀ ଜାଣିବା ଉଚିତ । ପିଟିଆଇ ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି । ପୂର୍ବରୁ ଇମ୍ରାନଙ୍କ ଭଣଜା ହାସନ ନାଜି କହିଥିଲେ, ଯଦି ଇମ୍ରାନଙ୍କ କିଛି ହୁଏ ତାହାହେଲେ ଏହା ପାକିସ୍ତାନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ।
Comments are closed.