ନ୍ୟୁୟର୍କ: ଚୀନରୁ ଆମେରିକାରେ ପହଂଚିଲା ମାରତ୍ମାକ ରୋଗ ବ୍ୟୁବୋନିକ୍ ପ୍ଲେଗ । ଏଠାରେ ଏକ କୋଲୋରୋଡୋ ଗୁଣ୍ଡିଚା ମୂଷା ବ୍ୟୁବୋନିକ୍ ପ୍ଲେଗରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ଭାଇରସ ଭଳି ଏହି ରୋଗ ଯେପରି ନ ବ୍ୟାପିବ ସେଥିପ୍ରତି ଆମେରିକା ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଚୀନର ମଙ୍ଗୋଲିଆରେ କିଛି ଦିନ ତଳେ ଏହି ମାରାତ୍ମକ ରୋଗ ଦେଖା ଦେଇଥିଲା ।
ପୂର୍ବରୁ ଏହି ରୋଗ ୩ଥର ବ୍ୟାପି କୋଟି କୋଟି ଲୋକଙ୍କ ଜୀବନ ନେଇଛି । ବ୍ୟୁବୋନିକ୍ ପ୍ଲେଗ ମୂଷା ଶରୀରରେ ଥିବା ଏକ ବ୍ୟାକ୍ଟେରିଆ ୟରସିନିଆ ପେଷ୍ଟିଶରୁ ବ୍ୟାପିଥାଏ । ଏହା ଶରୀରରେ ଗଳା ଓ ଫୁସଫୁସକୁ ଆକ୍ରମଣ କରିଥାଏ । ତେବେ ମଣିଷରୁ ମଣିଷକୁ ଏହା ବ୍ୟାପିଥିବା ନେଇ ପ୍ରମାଣିତ ହୋଇ ନାହିଁ ।
Comments are closed.