Latest Odisha News

BREAKING NEWS

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।

ଅଭିଯୋଗ ଅନୁସାରେ,  ପ୍ରେମିକ  ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଓଡିଆ ଶାସନ ହୋଇଥିବାବେଳେ ପ୍ରେମିକାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଅଂଚଳରେ । ଉଭୟ ଦିଲ୍ଲୀରେ ନୋଇଡା ଅଂଚଳର ଏକ ଲୁଗା କମ୍ପାନୀରେ କାମ କରୁଥିଲେ ।  ଉଭୟ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ତେବେ ଗତ କିଛିଦିନ ତଳେ  ବିଶ୍ୱଜିତ ଘରକୁ ଆସି ଫେରିନଥିଲେ କି  ସଂପୃକ୍ତ ଝିଅକୁ ଫୋନ କରିନଥିଲେ ।  ଏପଟେ ପରିବାର ଲୋକଙ୍କ ପସନ୍ଦରେ  ଅନ୍ୟ ଜଣେ ଝିଅ ସହିତ  ବିଶ୍ୱଜିତଙ୍କ ବାହାଘର  ହେଉଥିବା ଖବର ପାଇ  ସଂପୃକ୍ତ ଝିଅ  ଦିଲ୍ଲୀରୁ ବାଲେଶ୍ୱର ଆସି  ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଏ ନେଇ ପୁଲିସରେ ବି ଅଭିଯୋଗ ହୋଇଛି । ସ୍ଥାନୀୟ ପୁଲିସ , ସଂରପଚ ଯୁବକଙ୍କୁ ବୁଝାଇଥିବାବେଳେ କିଛି ସୁଫଳ ମିଳିନାହିଁ ।  ବିବାହ ସ୍ଥଗିତ ରହିଛି । ଘଟଣାସ୍ଥଳରୁ ପ୍ରେମିକ ବିଶ୍ୱଜିତ ବି ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.