Latest Odisha News

BREAKING NEWS

ବର୍ଷା: ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଏନେଇ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଆଲର୍ଟ କରିଛନ୍ତି ।

ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ନେଇ ଆଲର୍ଟ ଜାରି କରିଛନ୍ତି ଏସ୍‌ଆର୍‌ସି । ବିଡିଓ, ତହସିଲଦାର, ଇଂଜିନିୟରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦୀ ବନ୍ଧ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ କୁହାଯାଇଛି । ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଏସ୍‌ଆର୍‌ସି କହିଛନ୍ତି ।

Leave A Reply

Your email address will not be published.