Latest Odisha News

BREAKING NEWS

ଶୂନ ଜୀବନହାନୀ ଉପରେ ଗୁରୁତ୍ୱ ଦେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ  ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ମୁଖ୍ୟତଃ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଉପରେ ଏହି ବୈଠକରେ ଜୋର ଦିଆଯାଇଛି। ଜରୁରୀକାଳୀନ ଅପରେସନ ସେଣ୍ଟର, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା, ଲୋକଙ୍କୁ ସ୍ଥାନାନ୍ତରିତ କରିବା ଯୋଜନା, ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତି,ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି।

ଏହା ପୂର୍ବରୁ ଗତକାଲି ବାତ୍ୟା ଯଦି ଆସେ ତାହେଲେ କୌଣସି ଜୀବନହାନୀ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ରଣନୀତି ପ୍ରସ୍ତୁତି କରିବାକୁ କହିଥିଲେ ଏସଆରସି । ଏ ନେଇ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏସଆରସି ବୈଠକ କରିବେ ବୋଲି କହିଥିଲେ ।

Comments are closed.