Latest Odisha News

BREAKING NEWS

ଅଟୋରେ ଚମ୍ପଟ୍ ପ୍ରେମିକା, ପ୍ରେମିକ ପାଇଁ ନାକେଦମ୍ ଅଟୋବାଲା !

ମହାରାଷ୍ଟ୍ର: ପ୍ରେମରେ ମସଗୁଲ ଥିଲେ ପ୍ରେମୀଯୁଗଳ । ହେଲେ ଅଟୋବାଲା ସହ ଚମ୍ପଟ ମାରିଥିଲା ପ୍ରେମିକା । ପ୍ରେମିକା ପାଇଁ ସର୍ବସ୍ୱାନ୍ତ ପ୍ରେମିକ ଶେଷରେ ନେଇଥିଲା ଏକ ଚରମ ନିଷ୍ପତ୍ତି । ହେଲେ ପ୍ରେମିକା ନୁହେଁ ବରଂ ପ୍ରେମିକର ପ୍ରତିଶୋଧର ଶିକାର ହୋଇଥିଲେ ଅଜଣା ଅଟୋବାଲା ।

ଆସିଫ୍ ଓରଫ ଭୁରା ଭାଇ । ଅହମଦାବାଦରେ ଥିଲା ନିଜର ରେଷ୍ଟୁରାଣ୍ଟ । ହେଲେ ପ୍ରେମ ତାଙ୍କ ଜୀବନର ଗତିପଥ ବଦଳାଇଥିଲା । ପ୍ରେମରେ ପଡି ପୁନେ ଚାଲିଆସିଥିଲେ । ଏପରିକି ନିଜ ରେଷ୍ଟୁରାଣ୍ଟ ବି ବିକିଦେଇଥିଲେ । ଭାବିଥିଲେ ପୁନେରେ ବିବାହ କରିବେ । ଆଉ ଏକ ରେଷ୍ଟୁରାଣ୍ଟ ଖୋଲି ଖୁସୀରେ ଜୀବନ ବିତାଇବେ । ହେଲେ ଆସିଫଙ୍କ ପ୍ରେମିକା ମନରେ ଥିଲା ଭିନ୍ନ କିଛି ।

ପୁନେ ଆସିବା ପରେ ଝିଅର ପରିବାର ଲୋକେ ରାଜି ହୋଇନଥିଲେ । ଅନ୍ୟପଟେ ଆସିଫଙ୍କ ପ୍ରେମିକା ଜଣେ ଅଟୋବାଲା ସହ ରେଷ୍ଟୁରାଣ୍ଟ ବିକା ଟଙ୍କା ଧରି ଚମ୍ପଟ୍ ମାରିଥିଲା । ବହୁ ଖୋଜାଖୋଜି ପରେ ଆସିଫ ନିଜ ପ୍ରେମିକାକୁ ଖୋଜିବାରେ ବିଫଳ ହୋଇଥିଲେ । ଶେଷରେ ସେ ଅଟୋବାଲାଙ୍କୁ କରିଥିଲେ ଟାର୍ଗେଟ୍ ।

ପ୍ରେମିକା ଅଟୋବାଲା ସହ ଚମ୍ପଟ୍ ମାରିବା ପରେ ଆସିଫ୍ ସତରେ ଯେମିତି ପାଗଳ ହୋଇଯାଇଥିଲେ । ପ୍ରତିଦିନ ସେ କତରାଜ ଓ କୋଣ୍ଡୱା ଅଂଚଳକୁ ଅଟୋ ଯୋଗେ ଯିବାଆସିବା କରୁଥିଲା । ଅଟୋବାଲା ସହ ଗପସପ କରିବା ଆଳରେ ତାଙ୍କ ଫୋନ ଚୋରି କରୁଥିଲା । ତେବେ ଚୋରି କରିବା ପରେ ଫୋନଗୁଡିକ ସେ ବିକ୍ରିୟ ନ କରି ଭାଙ୍ଗିଦେଉଥିଲା ନଚେତ୍ ଘରେ ରଖୁଥିଲା ।

ପ୍ରାୟ ବର୍ଷେ ଧରି ଏପରି କାରନାମା ଅଟୋବାଲାଙ୍କ ନିଦ ହଜାଇ ଦେଇଥିଲା । ଆସିଫ୍ ୭୦ରୁ ଅଧିକ ମୋବାଇଲ ଚୋରି କରିବା ପରେ ଅଟୋବାଲା ପୋଲିସରେ ଏତଲା ଦେଇଥିଲେ । ଏତଲା ପାଇ ପୋଲିସ ବିଛାଇଥିଲା ଜାଲ । ଶେଷରେ ମଙ୍ଗଳବାର ନୂଆ ମୋଦିଖାନାରୁ ଆସିଫ୍‌କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଆସିଫ ନିକଟରୁ ୧୦ଟି ମୋବାଇଲ ଫୋନ ଜବତ କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସ୍ଥାନୀୟ ପୋଲିସ ।

Leave A Reply

Your email address will not be published.