Latest Odisha News

BREAKING NEWS

ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସଆରସି

ଭୁବନେଶ୍ୱର: ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ନୁହେଁ । ମୃତ୍ୟୁ ଖବର ନେଇ ଜଣାଇବାର ୧୦ ମିନିଟ୍‌ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍‌ଆରସି ।

ଏସ୍‌ଆରସି ଦୁଃଖ ପ୍ରକାଶ କରିବା ସହ ମୋ କାର୍ଯ୍ୟାଳୟକୁ ଆସିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍ ନୁହେଁ ବୋଲି କହିଛନ୍ତି । ଏଥିସହ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଏହି ମୃତଦେହଟି ପଚି ଯାଇଥିବା ବେଳେ ତାହାକୁ ସୀତାରାମଙ୍କ ପରିବାର ଓଡ୍ରାଫ ଟିମ୍‌ ଚିହ୍ନଟ କରିନ ଥିବା କହିଛନ୍ତି । ଏଥିସହ ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି ବୋଲି ଟ୍ୱିଟ କରିଛନ୍ତି।

ଏନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, ମୃତକଜଣକ ନିଖୋଜ ଓଡ୍ରାଫ ଟିମ୍‌ ସଦସ୍ୟଙ୍କର ନୁହେଁ ବୋଲି ଓଡ୍ରାଫ୍‌ ଟିମ୍‌ ସ୍ପଷ୍ଟ କରିଛନ୍ତି। ମୃତଦେହକୁ କଟକ ସେକ୍ଟର-୧୧  ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି । ନିଖୋଜ ଯବାନଙ୍କୁ ଖୋଜିବାକୁ ଏବେ ଏନଡିଆରଏଫର ୪ଟି ଟିମ୍‌ ନିୟୋଜିତ ହୋଇଛନ୍ତି ।  ଯେଉଁଠି ଅଘଟଣ ଘଟିଲା, ସେଠାରୁ ଯୋବ୍ରା ପର୍ଯ୍ୟନ୍ତ ୪ଟି ଟିମ୍‌କୁ ନିୟୋଜିତ କରାଯାଇଛି। ନିଖୋଜ ହାତୀର ବି ସନ୍ଧାନ ମିଳିପାରିନି।

 

Leave A Reply

Your email address will not be published.