Latest Odisha News

BREAKING NEWS

ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଏସଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏଥି ସହ ଶୀତ ଅଧିକ ଅନୁଭୂତ ହେବାକୁ ଥିବା କାରଣରୁ ଦରକାର ନ ଥିଲେ ଘରୁ ନ ବାହାରିବାକୁ ସାଧାରଣ ଲୋକଙ୍କକୁ ପରାମର୍ଶ ଦେଇଛନ୍ତି ଏସଆରସି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେଣୁ ନିଆଁ ପୁଇଁବା ବେଳେ ସତର୍କ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.