Latest Odisha News

BREAKING NEWS

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି।

ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ ସିଟ୍ ପୂରଣ ହୋଇଥିବାବେଳେ ଏନଆରଆଇ କୋଟା ଅଧୀନରେ ହାଇ-ଟେକ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ସିଟ୍ ଖାଲି ରହିଛି।

ଓଜେଇଇ ଅଧ୍ୟକ୍ଷ ଏସ.କେ ଚାନ୍ଦଙ୍କ କହିବାନୁଯାୟୀ, ରାଉରକେଲାର ହାଇ-ଟେକ୍ ଏମସିଏଚରେ ଏମବିବିଏସ ଲାଗି ୬ଟି ସିଟ୍ ଖାଲି ରହିଥିବା ବେଳେ ଭୁବନେଶ୍ୱରର ହାଇ-ଟେକ୍ ଏମସିଏମରେ ଗୋଟିଏ ସିଟ୍ ଖାଲି ଅଛି।

ହେଲେ ଭୁବନେଶ୍ୱରର ହାଇ-ଟେକ୍ ଡେଣ୍ଟାଲ୍ କଲେଜରେ ବିଡିଏ ପାଠ୍ୟକ୍ରମରେ ୧୫ଟି ସିଟ୍ ଖାଲି ରହିଛି।

ଓଜେଇଇକୁ ମୋଟ ୮୫ ପ୍ରତିଶତ ମେଡିକାଲ ସିଟ୍ ବଣ୍ଟନ କରାଯାଇଥିବା ବେଳେ ନ୍ୟାସନାଲ୍ କୋଟା ପାଇଁ ୧୫ ପ୍ରତିଶତ ଛଡାଯାଇଛି। ଏହି ପ୍ରକ୍ରିୟା ପରେ ଖାଲିଥିବା ସିଟ୍ ଗୁଡିକ ରାଜ୍ୟକୁ ହସ୍ତାନ୍ତର କରାଯାଇଥାଏ।

Leave A Reply

Your email address will not be published.