ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀରେ ୧୨ ମାସଯାକ ଉତ୍ସବମୁଖର ପରିବେଶ ରହିଥାଏ । ପ୍ରତ୍ୟେକ ମାସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଭିନ୍ନ ଭିନ୍ନ ବେଶ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ଆସିବା ପାଇଁ ଆକୃଷ୍ଟ କରିଥାଏ । ବୈଶାଖ ମାସରେ ଠାକୁରଙ୍କ ୨୧ ଦିନ ଚାପ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୁଏ ।
ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ (ପଂଚୁ ପାଣ୍ଡବ) ଏହି ଚାପ ଖେଳରେ ଅଂଶ ଗ୍ରହଣ କରନ୍ତି । ବାହାର ଚାପ ପରେ ୨୧ ଦିନ ପର୍ଯ୍ୟନ୍ତ ଜଳକ୍ରୀଡା ମଣ୍ଡପ (ବିମଳା ମନ୍ଦିର ସମ୍ମୁଖ)ରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଚନ୍ଦନ ବେଶ ହୋଇ ଚନ୍ଦନ ଜଳରେ ନିମଗ୍ନ ହୁଅନ୍ତି । ଏହାକୁ ଭିତର ଚନ୍ଦନ ଯାତ୍ରା କହନ୍ତି । ଜ୍ୟେଷ୍ଠ ମାସରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୁଏ । ଏହି ସମୟରେ ଚତୁର୍ଦ୍ଧାମୁର୍ତିଙ୍କ ଗଜାନନ ବା ହାତୀ ବେଶ ଦର୍ଶନ ଭକ୍ତଙ୍କୁ ଭାବ ବିହ୍ୱଳ କରିଥାଏ । ଅନବସର ପରେ ଆଷାଢ଼ ମାସରେ ଠାକୁରଙ୍କ ନବଯୌବନ ବେଶ ବେଶ ମନଲୋଭା ହୋଇଥାଏ । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରଙ୍କ ସୁନାବେଶ ହୋଇଥାଏ । ଶ୍ରାବଣ ମାସରେ ଚିତାଲାଗି ଅମବାସ୍ୟା ଦିନ ଠାକୁରଙ୍କ ଚିତା ଲାଗି ବେଶ ହୁଏ । ସେହିପରି ଭାଦ୍ରବରେ ବଣଭୋଜି (କୃଷ୍ଣ ଦଶମୀ), କାଳୀୟ ଦଳନ ବେଶ (କୃଷ୍ଣ ଏକାଦଶ), ପ୍ରଳମ୍ବାସୁର ବଧ ବେଶ (କୃଷ୍ଣ ଦ୍ୱାଦଶୀ), ରାମବଳାରାମ ବେଶ (କୃଷ୍ଣ ତ୍ରୟୋଦଶୀ) ଅନୁଷ୍ଠିତ ହୁଏ ।
ଆଶ୍ୱିନରେ ରାଜାବେଶ (ସୁନାବେଶ) ଶୁକ୍ଲ ଦଶମୀ, ରାଧା ଦାମୋଦର ବେଶ(ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତିକ ଶୁକ୍ଳ ଦଶମୀ) ଭକ୍ତଙ୍କୁ ବାଧ୍ୟ କରେ ଶ୍ରୀକ୍ଷେତ୍ରକୁ ଆସି ଭାବପ୍ରବଣ କରିବା ପାଇଁ । ପବିତ୍ର ମାସ କାର୍ତିକରେ ରାଧା ଦାମୋଦର ବେଶ (କାର୍ତିକ ଶୁକ୍ଲ ଦଶମୀ ଯାଁଏ), ହରିହର ବେଶ (ଦୀପାବଳୀ ଅମାବାସ୍ୟାଠାରୁ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ), ଲକ୍ଷ୍ମୀ ନାରାୟଣ ବେଶ(ଶୁକ୍ଲ ଏକାଦଶୀ), ତ୍ରିବିକ୍ରମ ବେଶ(ଶୁକ୍ଲ ଦ୍ୱାଦଶୀ), ବାଙ୍କଚୂଢ଼ ବେଶ(ଶୁକ୍ଲ ତ୍ରୟୋଦଶୀ), ଲକ୍ଷ୍ମୀ ନୃସିଂହ ବେଶ(ଶୁକ୍ଲ ଚତୁର୍ଦ୍ଦଶୀ), ରାଜ ରାଜେଶ୍ୱରୀ ବେଶ(ପୂର୍ଣ୍ଣିମା), ନାଗାର୍ଜୁନ ବେଶ (ପଂଚୁକ ୬ ଦିନ ପଡିଲେ) ।
ମାର୍ଗଶୀରରେ ଠାକୁରଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୁଏ । ଚତୁର୍ଦ୍ଧାମୂର୍ତି ଯଥାକ୍ରମେ କୃଷ୍ଣ ତ୍ରୟୋଦଶୀରେ ଅଦିତି ଓ କାଶ୍ୟପଙ୍କୁ, ଚତୁର୍ଦ୍ଦଶୀରେ ଦଶରଥ ଓ କୌଶଲ୍ୟାଙ୍କୁ ଏବଂ ଅମାବାସ୍ୟାରେ ନନ୍ଦ-ଯଶୋଦା, ଦେବକୀ-ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ପୌଷରେ ପୂର୍ଣ୍ଣିମା ପୁଷ୍ପାଭିଷେକରେ ରାଜାବେଶ (ସୁନାବେଶ) ଅନୁଷ୍ଠିତ ହୁଏ । ସେହିପରି ମାଘ ମାସରେ ପଦ୍ମବେଶ (ମାଘ ଅମାବାସ୍ୟାଠାରୁ ବସନ୍ତ ପଂଚମୀ ମଧ୍ୟରେ ବୁଦବାର କିମ୍ବା ଶନିବାରରେ ହୁଏ) । ଏହା ବ୍ୟତୀତ ଫାଲଗୁନରେ ଚାଚେରୀ ବେଶ ଶୁକ୍ଲ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏବଂ ପୂର୍ଣ୍ଣିମାରେ ସୁନାବେଶ ହୋଇଥାଏ । ଚୈତ୍ରରେ ରଘୁନାଥ ବେଶ ଅନୁଷ୍ଠିତ ହୁଏ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.