Latest Odisha News

ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ: ମସଜିଦ କମିଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ଉପରେ ସୁପ୍ରିମକୋର୍ଟ ମସଜିଦ୍ କମିଟିର ଆବେଦନକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ।  ମସଜିଦ କମିଟି ଦ୍ୱାରା ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ  ଚ୍ୟାଲେଞ୍ଜ କରି ଏହି ଆବେଦନ କରାଯାଇଥିଲା । ଏହି ଆବେଦନରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି । ଯେଉଁଥିରେ ବିବାଦ ସହ ଜଡିତ ୧୫ଟି ମାମଲାର ଶୁଣାଣି କରିବାକୁ କୁହାଯାଇଛି । ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଏହି ସବୁ ମାମଲା ସମାନ ପ୍ରକାରର  ଏବଂ ସମାନ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ । ଏହି କାରଣରୁ  କୋର୍ଟର ସମୟ ବଞ୍ଚାଇବାକୁ ଏହି ସମସ୍ତ ମାମଲା ଏକାଠି ଶୁଣିବା ଭଲ ହେବ ।

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମୀ-ଶାହିଇଦଗାର ମସଜିଦ୍ ବିବାଦ ସଂପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ  ମସଜିଦ୍ କମିଟି ଦ୍ୱାରା ଦାଖଲ ହୋଇଥିବା  ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି ।  ଏଥିସହ  ସୁପ୍ରିମକୋର୍ଟ ଏହି ମାମଲାରେ ଆହ୍ଲାବାଦ ହାଇେକାର୍ଟଙ୍କ ନିକଟକୁ ଯିବାକୁ  ଅନୁମତି ଦେଇଛନ୍ତି ।

ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଛନ୍ତି ଯେ ଚ୍ୟାଲେଞ୍ଜରେ ଥିବା ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଏକ ଆବେଦନ ହାଇକୋର୍ଟରେ  ବିଚାରାଧୀନ ଅଛି । ତେଣୁ ମସଜିଦ ଟ୍ରଷ୍ଟକୁ ପୂର୍ବ ପରିଣାମରେ ଅସନ୍ତୁଷ୍ଟ ତେବେ ବର୍ତ୍ତମାନର ଆବେଦନକୁ ପନର୍ବାର ଖୋଲିବାକୁ ସ୍ୱାଧୀନତା ଦିଆଯାଇଛି ।

Leave A Reply

Your email address will not be published.