Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଗତକାଲି ବିଜେପିର ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ପାରସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ମୋ ପ୍ରତି ଏବଂ ମୋ ଦଳ ପ୍ରତି ଅନ୍ୟାୟ ହୋଇଛି ।

ପଶୁପତି ପାରସ କହିଛନ୍ତି ଯେ, “ମୁଁ ପୁରା ଉତ୍ସର୍ଗୀକୃତ ଏବଂ ବିଶ୍ୱସ୍ତତାର ସହିତ ଏନଡିଏର ସେବା କରିଛି । କିନ୍ତୁ ମୋ ସହିତ ବ୍ୟକ୍ତିଗତ ଭାବେ ଅନ୍ୟାୟ କରାଯାଇଛି । ଆଜି ବି ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି । ଆରଜେଡି ସହ କଥାବାର୍ତ୍ତା କରି ପାରସ କହିଛନ୍ତି ଯେ, ମୋତେ ଯେତିକି କହିବାର ଥିଲା ମୁଁ କହିଛି । ଆମ ଦଳର ବରିଷ୍ଠ କର୍ମୀଙ୍କ ସହ ବସି ଆମେ ଭବିଷ୍ୟତର ରାଜନୀତି ବିଷୟରେ ସ୍ଥିର କରିବୁ ।

ସୂଚନାଯୋଗ୍ୟ ଯେ, ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୧୬ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଚିରାଗ ପାସୱାନଙ୍କ ନେତୃତ୍ୱରେ ଆରଏଲଏସପି ପାଞ୍ଚଟି ସିଟ୍ ପାଇଛି। ଏଥି ସହିତ ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରିୟ ଲୋକ ଜନତା ଦଳ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ପାର୍ଟି ହାମ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି।

ଏନଡିଏ ଦ୍ୱାରା ସିଟ୍ ବଣ୍ଟନ ଘୋଷଣାରେ ପଶୁପତି କୁମାର ପରାସଙ୍କ ନାମକୁ ସାମିଲ କରାଯାଇ ନାହିଁ । ବିଜେପିର ଏହି ନିଷ୍ପତ୍ତିରେ ପଶୁପତି କୁମାର ପରାସ କ୍ରୋଧିତ ହୋଇଛନ୍ତି । ଏନଡିଏରେ ସିଟ୍ ନ ପାଇବା ପରେ ଆରଜେଡି ତାଙ୍କୁ ତିନିଟି ସିଟ୍ ଅଫର ଦେଇଥିବା ଚର୍ଚ୍ଚା ହେଉଛି । ପଶୁପତି କୁମାର ପରାସ ମୋଦୀ ସରକାରରେ ଜଣେ ମନ୍ତ୍ରୀ ରହି ସାରିଛନ୍ତି । ଏଭଳି ପରିସ୍ଥିତିରେ ଏବେ ଏନଡିଏରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।

 

Leave A Reply

Your email address will not be published.