ଫାଇନାଲରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଲା ଶ୍ରୀଲଙ୍କା
ରାଜପକ୍ଷେଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ, ହସରଙ୍ଗାଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର
ଦୁବାଇ: ଏସିଆ କପ୍-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଶ୍ରୀଲଙ୍କା ।
It's finally ours! ????
An epic performance from our sensational Lions! Men's #AsiaCup champions! ?#RoaringForGlory #SLvPAK pic.twitter.com/w3CeoP5NuJ
— Sri Lanka Cricket ?? (@OfficialSLC) September 11, 2022
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୭୦ ରନ୍ କରିଥିଲା। ୧୭୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜବାବରେ ପାକିସ୍ତାନ ଟିମ୍ ମାତ୍ର ୧୪୭ ରନ କରି ସମସ୍ତ ଉଇକେଟ ହରାଇଥିଲା । ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ପାକିସ୍ତାନ ୧୦ ଓଭର ପରେ କ୍ରମାଗତ ଉଇକେଟ ହରାଇବାରୁ ପାକିସ୍ତାନ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ।
Sri Lanka ??? the #AsiaCup2022 ?
Scorecard: https://t.co/xA1vz7cSW0 pic.twitter.com/IL3DaXmwIs
— ICC (@ICC) September 11, 2022
The ??????? moment ??#AsiaCup2022 pic.twitter.com/TnjcUBlo34
— ICC (@ICC) September 11, 2022
। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କାର ଦୁଇ ଓପନର ଜୋଡ଼ି ଶୀଘ୍ର ଆଉଟ ହେବା ପରେ ଦଳୀୟ ସ୍କୋର ୩୬ ଥିବା ବେଳେ ଟିମ୍ ୩ଟି ୱିକେଟ ହରାଇ ବିପତ୍ତିରେ ପଡ଼ିଥିଲା। ରାଜପକ୍ଷଙ୍କ ଅପରାଜିତ ଅର୍ଦ୍ଧଶତକ ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ସେ ୪୫ଟି ବଲ୍ ଖେଳି ୭୧ ରନ୍ ସଂଗ୍ରହ କରିଥିଲେ। ଯାହା ଭିତରେ ୬ଟି ଚୌକା ଏବଂ ୩ଟି ଛକା ରହିଥିଲା । ପାକିସ୍ତାନକୁ ୧୭୧ ରନ୍ ଟାର୍ଗେଟ୍ ଦେଇଥିଲା ଶ୍ରୀଲଙ୍କା। ରାଜପକ୍ଷ ଅପରାଜିତ ୭୧, ହାସରଙ୍ଗା ୩୬, ଧନଞ୍ଜୟ ୨୮ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୧୭୦ ରନ୍ ସଂଗ୍ରହ କରିଥିଲା।
ପାକିସ୍ତାନ ପକ୍ଷରୁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ୫୫ ରନ କରିଥିବା ବେଳେ, ବାବର ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଇଫତକାର ଅହମଦ ୩୨ ରନ୍ କରିଥିଲେ ।
What an over from Wanindu Hasaranga ?#AsiaCup2022 | Scorecard: https://t.co/xA1vz7dqLy pic.twitter.com/BbDRTfGCdn
— ICC (@ICC) September 11, 2022
ଭାନୁକା ରାଜପକ୍ଷେ ପ୍ଲେୟାର ଅଫ୍ ଦ ମ୍ୟାଚ ପୁରସ୍କାର ପାଇଥିଲେ । ହସରଙ୍ଗା ମ୍ୟାନ ଅଫ ଦ ସିରିଜ ପୁରସ୍କାର ପାଇଥିଲେ ।
A gritty knock from Bhanuka Rajapaksa ✨#AsiaCup2022 | Scorecard: https://t.co/xA1vz7cSW0 pic.twitter.com/KUIGNdTwjv
— ICC (@ICC) September 11, 2022
Comments are closed.