Latest Odisha News

BREAKING NEWS

ମାଲକାନଗିରର ଅଜଣା ରୋଗ ପଛରେ କିଡନି ସମସ୍ୟା, ମଦ ଓ ବିଷାକ୍ତ ଖାଦ୍ୟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଲକାନଗିରିର ମାଥିଲିରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁକୁ ନେଇ ଚର୍ଚା ଜୋର ଧରିଥିଲା ବେଳେ ଏବେ କିନ୍ତୁ ନୂଆ କଥା ଶୁଣିବାକୁ ମଳୁଛି । କଥା ଉଠୁଛି ଅଜଣା ରୋଗ ନୁହେଁ, ଲୋକଙ୍କ କିଡନି ସମସ୍ୟା, ମାତ୍ରାଧିକ ବିଷାକ୍ତ ଖାଦ୍ୟ ଏବଂ ଅଭ୍ୟାସଗତ ଭାବେ ମଦ ପିଉଥିବାରୁ ବିଭିନ୍ନ ରୋଗରେ ପଡୁଛନ୍ତି ଏବଂ ଜୀବନ ହାରୁଛନ୍ତି ।

ଗତକାଲି ହଳଦୀକୁଣ୍ଡ ଗ୍ରାମରେ ଆଇତା ମଡ଼କାମିଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁକୁ ନେଇ  ତାହା ଉପରେ ସିଡିଏମଓ କହିଛନ୍ତି ଯେ ମାଂସ ଖାଇବା ବେଳେ ଅଧିକ ମଦ ପିଇଥିବାରୁ ଏହା ତାଙ୍କର କିଡନି ଉପରେ ପ୍ରଭାବ ପକାଇଥିଲା । ତାଙ୍କର କିଡନି ରୋଗ ଥିବାରୁ ସମସ୍ୟା ବଢ଼ିଥିଲା । ଏବଂ ପରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ମାଥେଲି ଅଂଚଳରେ  ଅଜଣା ରୋଗରେ ୧୨ ଜଣ ଲୋକଙ୍କ  ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ପାଇଁ  ସିଡିଏମଓଙ୍କ ନେତୃତ୍ୱରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ହଳଦୀକୁଣ୍ଡ ଗାଁକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ପରେ ଜଣାପଡିଛି ଯେ ଲୋକେ ସ୍ବାସ୍ଥ୍ୟ ସଚେତନ ନାହାଁନ୍ତି । ଖାଦ୍ୟ ଖାଇବା ବେଳେ ଅତ୍ୟଧିକ ମଦ ପିଉଛନ୍ତି । କିଛି ଲୋକଙ୍କ କିଡନି ସମସ୍ୟା ରହିଛି । ତେଣୁ ଏ ବାବଦରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବରୁ ବିଷାକ୍ତ ମାଂସ ଓ ମଦ ପିଇ ଅନେକ ଲୋକ ରୋଗରେ ପଡ଼ିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ କିଛି ଲୋକ ପ୍ରାଣ ହରାଇଛନ୍ତି । ଆକ୍ରାନ୍ତ ଲୋକଙ୍କୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଛି । ତେଣୁ କୁହାଯାଉଛି ରୋଗ ବ୍ୟାପିବା ପୂର୍ବରୁ ଏମାନେ ବିଷାକ୍ତ ମାଂସ ଖାଇବା ସହ ଅଭ୍ୟାସଗତ ଭାବରେ ମଦ ପିଉଥିଲେ ।

Leave A Reply

Your email address will not be published.