Latest Odisha News

BREAKING NEWS

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ସେନସୋରୀ’ ପାର୍କ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ସ୍ୱତନ୍ତ୍ର ପାର୍କ । ସେମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତାକୁ ବୁଝି ବିଏସସିଏଲ ଚେଷ୍ଟାରେ ତିଆରି ହୋଇଛି ଏହି ପାର୍କ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ସେନ୍‌ସୋରୀ ପାର୍କ କୁ ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ଚେଷ୍ଟାରେ ସହୀଦ ନଗର ଠାରେ ଏହା ତିଆରି ହୋଇଛି । ରାଜ୍ୟ ସରକାର ଉକ୍ତ ପାର୍କରେ ଦିବ୍ୟାଙ୍ଗଙ୍କ ଆମୋଦ ପ୍ରମୋଦ ଉପକରଣମାନ ଯୋଗାଇଛନ୍ତି।

ପ୍ରତ୍ୟେକ ଗୋଷ୍ଠୀ ପାଇଁ ଉଦ୍ୟାନ ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ସବୁ ବର୍ଗର ମାନସିକ ସ୍ୱାସ୍ଥ୍ୟର ଏକ ଉପାଦାନ ଭାବେ ରହିଆସିିଛି । ଏକ ପାର୍କ ସଂପୃକ୍ତ ସ୍ଥାନର ପରିବେଶକୁ ଉନ୍ନତ କରାଇଥାଏ । ତେବେ ଏଥିରେ ଅର୍ନ୍ତଭୁକ୍ତିକରଣ ଉପାଦାନ ରହିଥିଲେ ଏହା ସମସ୍ତ ବର୍ଗର ବ୍ୟକ୍ତିଙ୍କର ଶାରୀରିକ, ସାମାଜିକ ଏବଂ ମାନସିକ ବିକାଶ ପାଇଁ ସହାୟକ ହୋଇଥାଏ । ତେଣୁ ବିଏସ୍‌ସିଏଲ୍ ର ସେନ୍‌ସୋରୀ ପାର୍କରେ ସ୍ମାର୍ଟସିଟି କାର୍ୟ୍ୟକ୍ରମ ଅଧିନରେ ପ୍ରତ୍ୟେକ ବୟସର ଏବଂ ସମସ୍ତ ପ୍ରକାରର ଭିନ୍ନକ୍ଷମ କିପରି ଏହି ପାର୍କରେ ସୁରକ୍ଷିତ ଭାବେ ସମୟ ବିତାଇ ପାରିବେ ସେଥିପାଇଁ ଆୟୋଜନମାନ କରାଯାଇଛି ବୋଲି ବିଏସସିଏଲ ପକ୍ଷରୁ କୁହାଯାଇଛି ।

ଇପିଡିଏମ୍‌ର ବରଚଟାଣ, ଦିବ୍ୟାଙ୍ଗ ଶିଶୁଙ୍କ ଖେଳ ସରଞ୍ଜାମ, ସ୍ୱତନ୍ତ୍ର ମୁକ୍ତାକାଶ ବ୍ୟୟାମ ଉପକରଣ ଇତ୍ୟାଦି ନିୟମାବଳୀର ଅନୁସରଣ କରାଯାଇ ସ୍ଥାପନ କରାଯାଇଛି । ସେନ୍‌ସୋରୀ ପାର୍କ ୦.୩୭ ଏକର ପରିବେଷ୍ଠିତ ସ୍ଥାନରେ ଏକ କୋଟି ଟଙ୍କା ବ୍ୟୟରେ ହୋଇଛି ।

Leave A Reply

Your email address will not be published.