Latest Odisha News

BREAKING NEWS

କଲମ୍ବୋ ଟେଷ୍ଟ: ଶ୍ରୀଲଙ୍କା ୧୬ ରନର ସାମାନ୍ୟ ଅଗ୍ରଣୀ

କଲମ୍ବୋ: ଭାରତ ବିପକ୍ଷରେ ଚାଲିଥିବା କଲମ୍ବୋ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଫଲୋଅନ୍‌ର ସାମ୍ନା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୨୨୯ ରନ୍ ସଂଗ୍ରହ କରିଛି । ଏହା ସହିତ ଘରୋଇ ଦଳ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ୧୬ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ସୁଦ୍ଧା ସୋନାଲ ଦିନୁଷା ୭ ରନ୍ ଏବଂ କେଶରା ନୁୱାନଥା ୩ ରନ୍ କରି ଅପରାଜିତ ଅଛନ୍ତି । ବୁଧବାର ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଥିଲା । ଶ୍ରୀଲଙ୍କା ପକ୍ଷରୁ ପସିନ୍ଦୁ ସୋରିୟାବଣ୍ଡାରା ଚମତ୍କାର ବ୍ୟାଟିଂ କରି ୯୨ ରନ୍ କରିଥିବା ବେଳେ ଅଧିନାୟକ ଧନଞ୍ଜୟ ଡି ସିଲଭା ୨୩ ରନ୍ କରି ଆଉଟ୍ ହୋଇଥିଲେ । ଏହି ଦୁଇ ବ୍ୟାଟରଙ୍କୁ ଭାରତର ସ୍ପିନର ମାନବ ସୁଥାର ପାଭିଲିୟନ୍ ପଠାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନିରୋଷନ୍ ଡିକ୍‌ୱେଲା (୬ ରନ୍)ଙ୍କୁ ସାରାଂଶ ଜୈନ, କାମିନ୍ଦୁ ମେଣ୍ଡିସ୍ (୫୫ ରନ୍)ଙ୍କୁ ପ୍ରସିଦ୍ଧ କୃଷ୍ଣା, କାମିଲ ମିଶାରା (୩୨ ରନ୍)ଙ୍କୁ ରବୀନ୍ଦ୍ର ଜାଡେଜା ଏବଂ ଲାହିରୁ ଉଦାରା (୩ ରନ୍)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୫୦୩/୯ ରନରେ ଇନିଂସ ଘୋଷଣା କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୯୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୨୧୩ ରନର ବୃହତ୍ ଅଗ୍ରଣୀ ସହ ଶ୍ରୀଲଙ୍କାକୁ ଫଲୋଅନ୍ ଦେଇଥିଲା। ଅନ୍ତିମ ଦିନରେ ମ୍ୟାଚ୍‌ର ଫଳାଫଳ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଏବଂ ପାଣିପାଗ ଉପରେ ନିର୍ଭର କରିବ ।

ଭାରତ ପ୍ରଥମ ଇନିଂସ-୫୦୩/୯ (ପାରି ଘୋଷଣା), ଶ୍ରୀଲଙ୍କା ପ୍ରଥମ ଇନିଂସ ୨୯୦ଅଲଆଉଟ୍ (୨୧୩ ରନରେ ପଛୁଆ), ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ -୨୨୯/୬ (୭୨.୪ ଓଭର) ୧୬ ରନ୍ ଅଗ୍ରଣୀ

Leave A Reply

Your email address will not be published.