Latest Odisha News

BREAKING NEWS

ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ

କଲମ୍ବୋ: ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୯ ଉଇକେଟ ହରାଇ ୨୭୫ ରନ କରିଛି । ଧନଞ୍ଜୟ ଡିସିଲଭା (୩୨), ଚାରିଥ ଆସଲାଙ୍କା (୬୫), ଅଭିଷ୍କା ଫର୍ଣ୍ଣାଣ୍ଡୋ (୫୦) ଓ ମିନୋଦ ଭାନୁକା(୩୬) ଓ ଚାମିକା କରୁଣାରତ୍ନେ ୪୪ ରନ ଯୋଗୁ ଘରୋଇ ଦଳ ଭଲ ସ୍କୋର କରିବାରେ ସଫଳ ହୋଇଥିଲା ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ୟୁଜଭେନ୍ଦ୍ର ଚହଲ ୩ଟି ଲେଖାଁଏ ଏବଂ ଦୀପକ ଚହର ୨ଟି ଉଇକେଟ ଅକ୍ତିଆର କରିଥିଲେ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କଲେ ୩ମ୍ୟାଚ ବିଶିଷ୍ଟ ମୁକାବିଲାରେ ଗୋଟିଏ ମ୍ୟାଚ ବାକିଥିବା ସତ୍ୱେ ସିରିଜ ହାତେଇନେବ ।

Leave A Reply

Your email address will not be published.