Latest Odisha News

BREAKING NEWS

ଭାରତ ସମ୍ମୁଖରେ ୨୬୩ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ସ୍ପିନର କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଦୀପକ ଚହରଙ୍କ ବୋଲିଂର ଉଚିତ ମୁକାବିଲା କରି ନ ପାରି ୫୦ ଓଭର ୯ ଉଇକେଟ ହରାଇ ୨୬୨ ରନ ସଂଗ୍ରହ କରିଥିଲା ।

ଶେଷ ଭାଗରେ ଚାମିକା କରୁଣାରତ୍ନେ ୩୫ ବଲରେ ୪୩ ରନ କରିବା ଯୋଗୁ ଦଳ ଭଲ ସ୍କୋର କରିପାରିଥିଲା । ଶେଷ ୫ ଓଭରରେ ଘରୋଇ ଦଳ ୫୨ ରନ ସଂଗ୍ରହ କରିଥିଲା । ଦାସୁନ ଶାନକା ୩୯ ଓ ଚରିଥ ଅସଲଙ୍କ ୩୮ ରନ କରିଥିଲେ । ଭାରତ ପକ୍ଷରୁ କୁଲଦୀପ, ଚହଲ ଓ ଚାହର ୨ଟି ଲେଖାଁଏ ଏବଂ ହାର୍ଦ୍ଦିକ ଓ କୃଣାଳ ପାଣ୍ଡ୍ୟା ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.